Thursday, October 1, 2026
23.4 C
Odisha

    ସିଭିଲ ସର୍ଭିସ ୨୦୨୩ ପରୀକ୍ଷାରେ ଓଡ଼ିଶାରୁ କେତେଜଣ ପ୍ରାର୍ଥୀ ସଫଳତା ପାଇଲେ, ଦେଖନ୍ତୁ ଲିଷ୍ଟ

    ଆଗକୁ ପଢନ୍ତୁ

    ସିଭିଲ ସର୍ଭିସ ୨୦୨୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ଅନିମେଶଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଭାଲୁଗଡ଼ିଆର ଗ୍ରାମରେ । ଅନିମେଶଙ୍କ ଏହି ସଫଳତା ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଅନିମେଶ ୨୦୨୧ରେ ଏନଆଇଟି ରାଉରକେଲାରେ କମ୍ପ୍ୟୁଟର ସାଇନ୍ସରେ ପାଠ ପଢ଼ୁଥିଲେ ।

    ଏଥର ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାରୁ ଅନେକ ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି । ୨୪ ରାଙ୍କରେ ପ୍ରଜ୍ଞାନନ୍ଦ ଗିରି, ୩୬ ରାଙ୍କରେ ଆୟୁଷୀ ପ୍ରଧାନ, ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମୃତାଂଶୁ ନାୟକ, ୧୧୫ତମ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୧୭ ରାଙ୍କରେ ଚୈତନ୍ୟ ଗିରି, ୧୪୯ ରାଙ୍କରେ କୃତୀ ତ୍ରିପାଠୀ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କରେ ଶୁଭ୍ରା ପଣ୍ଡା, ୨୫୯ ରାଙ୍କରେ କୁମୁଦ ମିଶ୍ର, ୨୬୯ ରାଙ୍କରେ ତାନିଆ ମିଶ୍ର, ୩୦୩ ରାଙ୍କରେ ତନିଷା ମିଶ୍ର, ୩୪୩ ରାଙ୍କରେ ବିଶ୍ୱଜିତ ପଣ୍ଡା, ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସ, ୪୭୮ ରାଙ୍କରେ ମୟଙ୍କ ମିଶ୍ର, ୫୭୫ ରାଙ୍କରେ ରାକେଶ କୁମାର ସାହୁ, ୫୮୧ ରାଙ୍କରେ ନୟନ ରଞ୍ଜନ ଦାସ, ୫୯୧ ରାଙ୍କରେ ସାଇରାଜ ମିଶ୍ର, ୬୫୭ ରାଙ୍କରେ ଅଳକା ତ୍ରିପାଠୀ, ୮୫୮ ରାଙ୍କରେ ଭାରତୀ ସାହୁ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ