Thursday, October 1, 2026
23.4 C
Odisha

    ବିଜେପି କରିଛି ବିଶ୍ବାସଘାତକତା: ଟିକେଟ ନପାଇ ବର୍ଷିଲେ ବୁଧାନ ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବ‌ନେଶ୍ବର: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିମଧ୍ୟରୁ ସାରସକଣାରୁ ଭାଦବ ହାଁସଦାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି।
    ଫଳରେ ଏହି ବିଧାନସଭା ଆସନର ସିଟିଂ ବିଧାୟକ ବୁଧାନ ମୁର୍ମୁ ବିଜେପିର ଏଭଳି ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ଦଳ ଡେଇଁ ଆସିଥିବା ଲୋକଙ୍କ ଦଳ ଟିକେଟ ଦେଇ ଆମ ଭଳି ସିଟିଂ ବିଧାୟକଙ୍କ ଟିକେଟ କାଟିବା ସମ୍ପୂର୍ଣ୍ଣ ବିଶ୍ବାସଘାତକତା ବୋଲି ସେ ଅଭିଯୋଗ କରିଛନ୍ତି।ଏନେଇ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ତାଙ୍କ ପ୍ରତି ଦଳ ଅନ୍ୟାୟ କରିଥିବା ସେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ସେ କଂଗ୍ରେସ ମୁହାଁ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ