Sunday, February 8, 2026
28.3 C
Odisha

    ସିମେଣ୍ଟ ବୋଝେଇ ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

    ଆଗକୁ ପଢନ୍ତୁ

    ବିହାର : ବିହାରର ଜମୁଇ ଜିଲ୍ଲାରେ ବଡ଼ ଟ୍ରେନ ଦୁର୍ଘଟଣା । ଟେଲୱା ବଜାର ରେଲଓେ୍ବ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଥିଲା । ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବା ବେଳେ କିଛି ନଦୀ ତଳକୁ ଖସିଯାଇଛି । ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ଘଟଣା ବିଷୟରେ ଜଣାପଡିବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ ଟ୍ରାକ ମେଣ୍ଟେନାନ୍ସ ଏବଂ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଘଟଣା ରାତି ୧୧.୩୦ ମିନିଟରେ ହୋଇଥିଲା । ଅପ୍ ଲାଇନରୁ ମାଲଗାଡ଼ି ବ୍ରିଜ ନିକଟରେ ପହଞ୍ଚିଥିଲା ବେଳେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ୩ ବଗି ନଦୀରେ ଖସିପଡିଥିଲା । ଏହାସହିତ ୬ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ତେବେ ଘଟଣାରେ କୌଣସି ହତାହତ ଖବର ଆସିନାହିଁ ।

    ଏହି ଦୁର୍ଘଟଣା ପରେ ଜସିଡିହ-ଝାଝା ରେଳଖଣ୍ଡର ଅପ୍ ଏବଂ ଡାଉନ ଦୁଇଟି ଯାକ ଲାଇନରେ ପରିଚାଳନା ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ରେଳ ପ୍ରଶାସନ ତରଫରୁ ଟ୍ରେନ ରୁଟ୍ ବଦଳାଇବା ପାଇଁ ପଦକ୍ଷେପ ନିଆଯାଇଛି । କ୍ରେନ ସହାୟତାରେ ବଗିଗୁଡିକ ଟ୍ରାକରୁ ହଟାଯାଉଛି । ଯୁଦ୍ଧାକଳୀନ ଭିର୍ତ୍ତିରେ କାମ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    14 %
    3.4kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ