Friday, July 11, 2025
29.9 C
Odisha

    ସୁଧୁରୁନି ଗାଁର ଅବସ୍ଥା, ରାସ୍ତା ପାଲଟିଛି ମରଣଯନ୍ତା

    ଆଗକୁ ପଢନ୍ତୁ

    କଣ୍ଟାମାଳ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରୁନି ଗାଁର ଅବସ୍ଥା । ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷା ଦିନରେ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ରାସ୍ତା ଅବସ୍ଥା । ଅନେକ ବର୍ଷ ଧରି ରାସ୍ତାରେ ଶୋଚନୀୟ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ପଳସାଗୋରା ଛକରୁ ମଲ୍ଲିକପଦର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ବର୍ତ୍ତମାନ ଦୁର୍ଦ୍ଦଶା ଭଗୁଛନ୍ତି ଲୋକେ ।

    କାଦୁଅ ପଚପଚ ରାସ୍ତା ଦେଇ ଲୋକ ଯିବା ଆସିବା କରୁଛନ୍ତି । ପଳସାଗୋରା ଠାରୁ ମଲ୍ଲିକପଦରକୁ ସଂଯୋଗ କରୁଥିବା ଦୀର୍ଘ ଚାରି କିଲୋମିଟର ରାସ୍ତାର ଅବସ୍ଥା ଏମିତି । ଏହି ରାସ୍ତା ଉପରେ ଦଶଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ଏହି ରାସ୍ତା ଦେଇ ଗାଁର ଲୋକମାନେ ନିତିଦିନ ଯିବା ଆସିବା କରିଥାନ୍ତି । ପଞ୍ଚାୟତକୁ ଯିବା ପାଇଁ ଏହା ହିଁ ଏକମାତ୍ର ରାସ୍ତା । ଫଳରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲକୁ ଯିବା ଆସିବା କରନ୍ତି । କାଦୁଅ ଯୋଗୁଁ ଅନେକ ସମୟରେ ସେମାନଙ୍କ ଗୋଡ଼ ଖସିଯିବା ସହ ବହିପତ୍ର କାଦୁଅ ହୋଇଥାଏ । ସେହିପରି ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଫଳରେ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡିଥାନ୍ତି । ବର୍ଷା ଚାରି ମାସ ଗୋଟିଏ ପ୍ରକାର ଜଳବନ୍ଦୀ ଜୀବନ ଅତିବାହିତ କରନ୍ତି ଗ୍ରାମବାସୀ ।

    ରେଙ୍ଗାଲି ଓ ପଳସାଗୋରା ପଞ୍ଚାୟତର ୧୦ ଗୋଟି ଗ୍ରାମ ଓ ସାହିର ଲୋକେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରି ବର୍ଷା ଦିନେ ଯିବା ଆସିବା କରୁଛନ୍ତି । ବିଶେଷକରି ମଲ୍ଲିକପଦର ଗାଁ କୁ ନାହିଁ ସବୁ ଦିନିଆ ରାସ୍ତା । ବର୍ଷା ହେଲେ ଗାଁ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇ ଯାଏ । ଗାଡ଼ି ମୋଟର ଯିବା ତ ଦୂରର କଥା ଖାଲି ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡେ । ଦୀର୍ଘ ବର୍ଷ ହେବ ଗ୍ରାମବାସୀମାନେ ସବୁବେଳେ ଏହି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କୁ ଅଣଦେଖା କରାଯାଉଥିବା ଗ୍ରାମବାସୀ କହିଛନ୍ତି । ତେବେ ଏ ସମ୍ପର୍କରେ କଣ୍ଟାମାଳ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି ରାସ୍ତାରେ ବର୍ଷେ ପୂର୍ବରୁ ମୋରୁମ ପଡିଥିଲା ତାହା ବର୍ଷାରେ ଧୋଇ ଯାଇଛି, ଏବାବଦରେ ସରପଞ୍ଚଙ୍କୁ କହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

    ତେବେ ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ରାସ୍ତା ମରାମତି କରାଗଲେ ଲୋକମାନେ ସୁବିଧାରେ ଯାଆସ କରିପାରନ୍ତେ । ତେବେ ପ୍ରଶାସନର କେବେ ଏ ରାସ୍ତା ଉପରେ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    68 %
    2.1kmh
    100 %
    Fri
    31 °
    Sat
    30 °
    Sun
    30 °
    Mon
    29 °
    Tue
    31 °

    ସମ୍ବନ୍ଧିତ