Saturday, February 7, 2026
29.4 C
Odisha

    ସୁନା ଓ ରୁପା କିଣିବାରେ ଲାଗିଲା ରୋକ୍, ପୁଣି ବଢିଲା ଦାମ୍

    ଆଗକୁ ପଢନ୍ତୁ

    ପୁଣି ବଢ଼ିଲା ସୁନାରୁପା  ଦର । ଦୁଇ ଦିନ କମିବା ପରେ ଲଗାତାର ଦୁଇ ଦିନ ହେଲା ବଢିଚାଲିଛି ଉଭୟ ସୁନା ଓ ରୁପା ରେଟ୍ । ଦିନକରେ ସୁନା ଦର ୨୮୯୦ ଟଙ୍କା ଓ ରୁପା ୫ ହଜାର ବଢ଼ିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨ହଜାର ୮୯୦ ଟଙ୍କା ବଢିଛି ।  ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କା ।  ସେହିପରି ୨୨ କ୍ୟାରେଟ ସୁନା  ଦର ୧୦ ଗ୍ରାମ ପିଛା  ୨୬୫୦ଟଙ୍କା ବୃଦ୍ଧି ପାଇ ହୋଇଛି ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ।  ସେପଟେ ରୁପା କିଲୋ ପିଛା ଦର ବୃଦ୍ଧି ପାଇ ହୋଇଛି ୨ଲକ୍ଷ ୮୫ହଜାର ଟଙ୍କା ।

    ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୬,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୩,୫୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୬,୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୩,୫୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୫୬,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୪୩,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୫୨,୫୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୪,୦୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୧,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୬,୬୦୦ ଓ ୧,୪୩,୫୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି ।

    କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ –

    ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    12 %
    4.1kmh
    0 %
    Sat
    28 °
    Sun
    31 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ