Sunday, October 11, 2026
22.1 C
Odisha

    ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ବସରେ ନିଆଁ, ଅଳ୍ପକେ ବର୍ତ୍ତିଗଲା ୩୯ ଯାତ୍ରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ : ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ଏକ ଘରୋଇ ବସରେ ଭୟଙ୍କର ନିଆଁ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ୩୯ ଯାତ୍ରୀ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।ଖବର ମୁତାବକ, ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଇଂଜିନରୁ ଧୂଆଁ ବାହାରୁଥିବା ଦେଖି ସତର୍କ ହୋଇଯାଇ ବସକୁ ରୋକି ଦେଇଥିଲେ । ନିଆଁ ବ୍ୟାପିବା ପୂର୍ବରୁ ୩୯ ଯାତ୍ରୀ, ଡ୍ରାଇଭର ଏବଂ ଅନ୍ୟ ସମସ୍ତେ ମିଶି ଜିନିଷ ସହିତ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହାପରେ ବସ୍ ଜଳିପୋଡି ପାଉଁଶ ହୋଇଯାଇଥିଲା । ଦମକଳ ଗାଡ଼ି ଏବଂ ପୋଲିସ ନିଆଁକୁ ଆୟତ୍ତ କରିଥିଲେ ।

    ତେବେ ଘଟଣାରେ ବସଟି ଜଳିଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବସରେ ନିଆଁ କେମିତି ଲାଗିଲା, ତାହା ଏଯାଏଁ ଜଣାପଡିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ