Wednesday, October 14, 2026
24.8 C
Odisha

    ସୁନା ଖଣି ପାଲଟିଲା କବରସ୍ତାନ:ଭୋକଶୋଷରେ ୧୦୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ,ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ସୁନା ଖଣି ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଯେତେବେଳେ ଖଣିରେ ଫସି ରହିଥିବା ଲୋକଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଠାରେ ଅବସ୍ଥା ଦେଖି ଅଧିକାରୀ ଓ ଉଦ୍ଧାରକାରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖଣିରେ ବେଆଇନ ଭାବେ ନିୟୋଜିତ ଲୋକମାନେ ମାସ ମାସ ଧରି ମାଟିତଳେ ରହୁଥିଲେ। ଏକ ଭିଡିଓରେ ମୃତଦେହକୁ  ବଡି ବ୍ୟାଗରେ ଗୁଡ଼ାଇ ଦେଖାଯାଇଥିବା ଦେଖିବାକୁ ମିଳିଥିଲା।

    ଖଣି ସ୍ଥାନରୁ ଆଉ କିଛି ଭିଡିଓ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି। ଯେଉଁଥିରେ କିଛି ଖଣି ଶ୍ରମିକ ଅତି ଦୁର୍ବଳ ଅବସ୍ଥାରେ ଦେଖାଯାଉଛନ୍ତି, ତେବେ ସେମାନେ ଜୀବିତ ଅଛନ୍ତି।ବାସ୍ତବରେ, ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ପୁଲିସ ବେଆଇନ ଖଣି ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା, ଏହା ପରେ ଶ୍ରମିକମାନେ ଖଣିରେ ମାଟି ତଳେ ଆଶ୍ରୟ ନେଇଥିଲେ।

    ବିବିସି ଅନୁସାରେ ଅଧିକାରୀମାନେ ଖଣିରେ ମାଟି ତଳେ ଆଶ୍ରୟ ନେଇଥିବା‌ ଶ୍ରମିକ ମାନଙ୍କ ପାଇଁ ଗତ ବର୍ଷ ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଣ ବନ୍ଦ କରିଦେଇଥିଲେ। ଶ୍ରମିକମାନେ ଜାଣିଶୁଣି ଏବଂ ବିନା ଅନୁମତିରେ ଖଣିରେ ମାଟିତଳେ  ପ୍ରବେଶ କରିଥିଲେ।

    ଜୋହାନ୍ସବର୍ଗଠାରୁ ପ୍ରାୟ ୧୪୫କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏହି ଖଣି ଉପରେ କଟକଣା ଜାରି ହେବା ପରେ ୧୦୦ ରୁ ଅଧିକ ବେଆଇନ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହି ସଂଖ୍ୟା ନିଶ୍ଚିତ କରିନାହାନ୍ତି।ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ,ଏଭଳି ମରିବାର କାରଣ ହେଉଛି ଭୋକଶୋଷ। ଭୋକଶୋଷରେ  ଲୋକମାନେ ମରୁଛନ୍ତି। ଏହା ପରେ ସେ ପ୍ରକାଶ କରିଛନ୍ତି ଯେ, ୯୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସାହାଯ୍ୟ ପାଇଁ ଆମେ ନିବେଦନ କରିଛୁ। ଶନିବାର ଦିନ ଏହି ଭିଡିଓଗୁଡ଼ିକର ସୁଟିଂ କରାଯାଇଥିବା ୟୁନିୟନ ଦାବି କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକ ନରସଂହାର ବୋଲି କୁହାଯାଇଛି।  ଏହି ଭୟଙ୍କର ସ୍ଥିତି ପାଇଁ  କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି। ଏହାର ଭିଡ଼ିଓ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ