Monday, September 14, 2026
24.7 C
Odisha

    ସୁନା ଚେନ୍ ଝାମ୍ପି ନେଉଥିବା ପ୍ରଖ୍ୟାତ ଲୁଟେରା ପ୍ରଫୁଲ୍ଲ ନାୟକ ସମେତ ୧୫ ଗିରଫ

    ଆଗକୁ ପଢନ୍ତୁ

    ଚେନ୍ ଲୁଟେରା ପ୍ରଫୁଲ୍ଲ ନାୟକ ଗିରଫ । ରାଜଧାନୀରେ ସୁନା ଚେନ୍ ଝାମ୍ପି ନେଉଥିବା ପ୍ରଖ୍ୟାତ ଲୁଟେରା ଅଭିଯୁକ୍ତ ପ୍ରଫୁଲ୍ଲ ନାୟକ ସମେତ ୧୫ ଜଣ ଗିରଫ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଳା ପଲସରରେ ରାଜଧାନୀର ଗଳିକନ୍ଦିରେ ବୁଲି ବୁଲି ଝାମ୍ପି ନେଉଥିଲେ ସୁନା ଚେନ୍ । ପୂର୍ବରୁ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଫିରୋଜକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଫିରୋଜ ଓ ପ୍ରଫୁଲ୍ଲ ଚେନ ଲୁଟିବା ପରେ ଫେରାର ହେଉଥିବାର ସିସିଟିଭି ଭିଡିଓ ଆମର ହସ୍ତଗତ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି, ଦୁଇ ଲୁଟେରା ଚେନ୍ ଝାମ୍ପିବା ପରେ କଳା ପଲସରରେ ଫେରାର ହୋଇଯାଉଛନ୍ତି । ପେସାଦାର ଫିରୋଜ ଗାଡ଼ି ଚଳାଉଥିବା ବେଳେ ପଛରେ ବସିଛି ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ପ୍ରଫୁଲ୍ଲ । ସିସିଟିଭି ଦେଖି ମୁଁହ ଲୁଚେଇ ଲୁଚେଇ ଖସି ଯିବାକୁ ଉଦ୍ୟମ ଚଳାଇଛନ୍ତି । ଶେଷରେ ଅଭିଯୁକ୍ତକୁ ଗିରଫ କରିଛି କମିସନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ