Thursday, March 12, 2026
36.4 C
Odisha

    ସୁନା ରୁପା ଦର ଆକାଶ ଛୁଆଁ, କିଣିବା ସ୍ବପ୍ନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦେଶରେ ସୁନା ଓ ରୁପା ଦାମ୍ କମିବାର ନାଁ ନେଉନି । ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି ।

    ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ୧.୬ ଲକ୍ଷ ପାର୍ କରି ୧,୬୭,୦୯୦ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୮୦,୧୦୦ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀ ଓ ମୁମ୍ବଇ ସହରରେ ୨୪ କ୍ୟାରେଟ ସୁନା ଦର ୧, ୬୭,୦୯୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୫୩,୧୬୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୨୫,୩୨୦ ଟଙ୍କା ରହିଛି । ସେହିପରି ରୂପା ଦର ମଧ୍ୟ ବୃଦ୍ଧି ହୋଇଛି । ଦିଲ୍ଲୀ ଓ ମୁମ୍ବଇରେ ଏକ କିଲୋଗ୍ରାମ ରୁପା ଦର ୩, ୮୦,୦୦୦ ଟଙ୍କା ରହିଛି ।

    ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିଛି । କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ୨୪ କ୍ୟାରେଟ ସୁନା ଦର ୧, ୭୮,୮୫୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୬୩,୯୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୧୪୦ ଟଙ୍କା ରହିଛି । ରୁପା ଦର ଏକ କିଲୋଗ୍ରାମ ପିଛା ୪,୦୦,୧୦୦ ଟଙ୍କା ରହିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ