Saturday, December 13, 2025
15.8 C
Odisha

    ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ

    ଆଗକୁ ପଢନ୍ତୁ

    ନୂଆପଡ଼ା: ସୁରକ୍ଷା ବାହିନୀର ଗୁଳିରେ ଶୁକ୍ରବାର ୩ ଜଣ ନକ୍ସଲ ନିପାତ ହୋଇଛନ୍ତି। ସିଆରପିଏଫ୍‌ ଯବାନଙ୍କ ସହିତ ଓଡ଼ିଶା ପୁଲିସ ଓ ଛତିଶଗଡ଼ ପୁଲିସର ମିଳିତ ଉଦ୍ୟମରେ ହୋଇଥିବା ଅପରେସନ୍‌ ବଳରେ ନକ୍ସଲମାନେ ନିହତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ନୂଆପଡ଼ା ଓ ଛତିଶଗଡ଼ର ଗରିଆବନ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବାହିନୀକୁ ଏହି ବଡ଼ ସଫଳତା ମିଳିଛି।

    ସୂଚନା ଅନୁସାରେ ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀର ଯବାନମାନେ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ଅପରେସନ୍‌ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌)କୁ ଓଡ଼ିଶାର ସ୍ପୋଶାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ  ଛତିଶଗଡ଼ ସ୍ପେଶାଲ ଫୋର୍ସ ସହଯୋଗ କରିଥିଲେ। ଏହି ଅପରେସନ୍‌ ଜାନୁଆରି ୨-୩ ତାରିଖ ମଧ୍ୟରାତ୍ରୀ ଠାରୁ ଆରମ୍ଭ ହୋଇଥିଲା। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ସୁରକ୍ଷାବାହିନୀର ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା।ରିପୋର୍ଟ ଲେଖାଯିବା ବେଳକୁ ୩ ଜଣ ନକ୍ସଲଙ୍କ ମୃତଦେହ ଠାବ ହୋଇଛି। ଏଥି ସହିତ ୫ଟି ମାରଣାସ୍ତ୍ର ଜବତ ହୋଇଛି।

    ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀର ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଏହି ଅପରେସନ୍‌ରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ଥିଲେ। ୫ଟି ଏସ୍‌ଓଜି, ଛତିଶଗଡ଼ ଇ-୩୦ର ୪ଟି ଟିମ୍‌ ଓ ସିଆରପିଏଫ୍‌ ବାଟାଲିଅନ୍‌-୬୫ର ୩ଟି ଟିମ୍‌ ସାମିଲ ଥିଲେ। ଛତିଶଗଡ଼ର ଇଣ୍ଡାଗାଓ ଥାନା ଅଧୀନ ଅତଙ୍ଗ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା, ଯାହାକି ନୂଆପଡ଼ା ସୀମାରୁ ମାତ୍ର ୮କିମି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ‌ଅପରେସନ୍‌ ଜାରି ରହିଛି। ନିହତ ନକ୍ସଲଙ୍କ ସଂଖା ବଢ଼ିପାରେ ବୋଲି ଆଶା କରାଯାଉଛି।  ଗତବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ୨୦୨୬ ସୁଦ୍ଧା ଦେଶରୁ ନକ୍ସଲ ଶେଷ ‌କରିବାକୁ ହେବ। ଏହି କ୍ରମରେ କେନ୍ଦ୍ରୀୟ ପୁଲିସ ବଳ ସହିତ ମିଶି ରାଜ୍ୟ ପୁଲିସ କାମ କରୁଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି। ଅନ୍ୟପଟରେ ନକ୍ସଲମାନେ ମଧ୍ୟ ଧୀରେଧୀରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି। ସେଥିପାଇଁ ଆତ୍ମସମର୍ପଣ କରି ସାଧାରଣ ଜୀବନଯାପନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    45 %
    1.6kmh
    1 %
    Sat
    16 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ