Friday, May 30, 2025
35.2 C
Odisha

ସୁସ୍ଥ ଜୀବନ ପାଇଁ କରନ୍ତୁ ଏହି ୫ଟି ତେଲର ବ୍ୟବହାର

ଆଗକୁ ପଢନ୍ତୁ

ଆଜିକାଲିର ଅସନ୍ତୁଳିତ ଖାଦ୍ୟ ପାଇଁ ଆମ ସ୍ବାସ୍ଥ୍ୟ ଅବସ୍ଥାରେ ଅନେକ ପରିବର୍ତ୍ତନ ଦେଖାଦେଉଛି । ଏପରିକି ଖାଦ୍ୟ ପ୍ରସ୍ତୁତରେ ଅନେକ ଶସ୍ତା ତେଲ ବ୍ୟବହାର କରାଯାଉଛି । ଯାହା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ବୃଦ୍ଧି ପାଉଛି । ଖରାପ ତେଲ ଖାଇବା ଦ୍ବାରା ସମ୍ପୂର୍ଣ୍ଣ ଶରୀରରେ କୁପ୍ରଭାବ ପକାଇଥାଏ । ମାଛ,ମାଂସ, ଅଣ୍ଡା, କ୍ଷୀର ଆଦିରେ କୋଲେଷ୍ଟ୍ରୋଲର ପରିମାଣ ରହିଥାଏ । ଖାଇବାରେ ନଡିଆ ତେଲ, ପାମୋଲିନ୍ ତେଲ ବ୍ୟବହାର କରିବା ଦ୍ବାରା ଖରାପ କୋଲେଷ୍ଟ୍ରୋଲକୁ ବୃଦ୍ଧି କରିଥାଏ । କୋଲେଷ୍ଟ୍ରୋଲ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାର ମାତ୍ରା ସଠିକ୍ ରହିବା ଜରୁରୀ । କୋଲେଷ୍ଟ୍ରୋଲ ବୃଦ୍ଧି ହେବା ଦ୍ବାରା ହାର୍ଟଆଟାକର ଆଶଙ୍କା ମଧ୍ୟ ରହିଥାଏ । କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରିବା ପାଇଁ ଲୋକେ ତାଙ୍କ ଦୈନନ୍ଦିନ ଜୀବନରେ ଅନେକ କିଛି କରିଥାନ୍ତି । ହାଇ କୋଲେଷ୍ଟ୍ରୋଲ ଲୋକମାନେ ଖାଇବାରେ ବ୍ୟବହୃତ ତେଲ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । କୋଲେଷ୍ଟ୍ରୋଲ କମାଇବା ପାଇଁ କେଉଁ ତେଲ ଉପଯୋଗୀ, ଆସନ୍ତୁ ଜାଣିବା ।

କୋଲେଷ୍ଟ୍ରୋଲ ହ୍ରାସ ପାଇଁ ଉପଯୋଗୀ ତେଲ :

ସୋରିଷ ତେଲ : ଏହି ତେଲର ବ୍ୟବହାର ଦ୍ବାରା କୋଲେଷ୍ଟ୍ରୋଲ ହୋଇନଥାଏ। ଏହି ତେଲକୁ କମ୍ ଆଞ୍ଚରେ ରଖି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହାକୁ ସାଲାଡ ଏବଂ ପାସ୍ତାରେ ବ୍ୟବହାର କରାଯାଇଥାଏ ।

ବାଦାମ ତେଲ : ଏହି ତେଲ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ତେଲର ବ୍ୟବହାର ଦ୍ବାରା ଭଲ କୋଲେଷ୍ଟ୍ରୋଲକୁ ବଢାଇବା ସହିତ ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ରାଶି ତେଲ : ଏହି ତେଲର ବ୍ୟବହାର ଦ୍ବାରା ଥଣ୍ଡାରୁ ମୁକ୍ତି ଦେଇଥାଏ । ରୋଷେଇରେ ମଧ୍ୟ ଏହି ତେଲକୁ ବ୍ୟବହାର କରିପାରିବ ।

ଚିଆସିଡ୍ ତେଲ : ଏଥିରେ ଓମେଗା ୩ ଫ୍ୟାଟି ରହିଥାଏ । ଯାହା ଆମ ସୁସ୍ଥ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହି ତେଲର ବ୍ୟବହାର ଦ୍ବାରା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆଭାକାଡୋ ତେଲ : ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଏହାକୁ ସାଲାଡରେ ବ୍ୟବହାର କରି ଖାଇପାରିବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
35.2 ° C
35.2 °
35.2 °
44 %
3.2kmh
100 %
Fri
34 °
Sat
37 °
Sun
39 °
Mon
40 °
Tue
39 °

ସମ୍ବନ୍ଧିତ