Tuesday, November 25, 2025
17.4 C
Odisha

    ସେଜରୁ ଉଠିଲା ପରେ ଭୁଲରେ ବି’ କରନ୍ତୁ ନାହିଁ ଏହି ସବୁ କାମ !

    ଆଗକୁ ପଢନ୍ତୁ

    ସକାଳର ଆରମ୍ଭ ଯଦି ଭଲ ହୋଇଥାଏ ତେବେ ପୂରାଦିନ ଆପଣଙ୍କର ଭଲରେ କଟିଥାଏ । ଆଉ କେହି ଚାହିଁ ନଥାନ୍ତି ନିଜର ଦିନ ଅଶାନ୍ତିରେ କଟୁ । କିନ୍ତୁ ବେଳେବେଳେ ନଚାହିଁକି ମଧ୍ୟ ମନ ଖରାପ ହୋଇଥାଏ ଓ ଏହା ପ୍ରଭାବରେ ପୂରା ଦିନ ଖରାପରେ କଟିଥାଏ । ପୁରୁଣା ମାନ୍ୟତା ଏବଂ ଶାସ୍ତ୍ର ଅନୁଯାଇ ଏହାର ଅସଲ କାରଣ ସକାଳୁ ଉଠିଲା ପରେ ଅଜାଣତରେ କରିଥିବା କିଛି ଛୋଟମଟୋ ଭୁଲ୍ ।

    • ଶାସ୍ତ୍ରରେ କୁହାଯାଇଛି କି, ସକାଳୁ ଉଠିକି କେବେବି ନିଜର ମୁହଁ ଆଇନାରେ ଦେଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ପୂରା ଦିନ ଉପରେ ନକାରାତ୍ମକ ଉର୍ଜ୍ଜାର ପ୍ରଭାବ ପଡିଥାଏ । ଆଖି ଖୋଲିଲା ପରେ କୌଣସି ବ୍ୟକ୍ତିଙ୍କ ମୁହଁକୁ ମଧ୍ୟ ଚାହାନ୍ତୁ ନାହିଁ ।

    • ଦିନର ଆରମ୍ଭ ସମୟରୁ ସବୁଠାରୁ ପ୍ରଥମେ ଆପଣଙ୍କର ଇଷ୍ଟଦେବତାଙ୍କୁ ଆରଧନା କରନ୍ତୁ ଏବଂ ଯଦି ସମ୍ଭବ ହୁଏ ତେବେ ଇଷ୍ଟଦେବଙ୍କୁ ଦର୍ଶନ କରନ୍ତୁ । ଯଦି ଏସବୁ କରିପାରୁ ନାହାନ୍ତି ତେବେ ନିଜର ପାପୁଲି ଦେଖିକି ଭଗବାନଙ୍କୁ ଧ୍ୟାନ କରନ୍ତୁ । ଏହା କରିବା ଦ୍ବାରା ଆତ୍ମବିଶ୍ବାସ ବଢିଥାଏ ।

    • ସକାଳ ସମୟରେ ଖାଦ୍ୟ ଖାଇବା ପୂର୍ବରୁ କୌଣସି ପଶୁ କିମ୍ବା ଗାଁର ନାଁ ପାଟିରେ ଧରିବା ଉଚିତ୍ ନୁହେଁ । ଏହା କରିବା ଦ୍ବାରା ଆପଣଙ୍କର ଦିନ ଭଲରେ କଟି ନଥାଏ ।

    • ସକାଳୁ ଉଠିବା ପରେ ପ୍ରତ୍ୟେକ ଦିନ ମେଡିଟେସନ୍ କରନ୍ତୁ ଦେଖିବେ ଆପଣଙ୍କର ପୂରା ଦିନ ଭଳରେ କଟିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    69 %
    1.3kmh
    19 %
    Mon
    17 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ