Sunday, February 22, 2026
33.5 C
Odisha

    ସେବାୟତଙ୍କ ବିବାଦ ଯୋଗୁ ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ସେବାୟତଙ୍କ ବିବାଦ ଯୋଗୁ ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଅଧାରୁ ଅଟକିଲା ନୀତିକାନ୍ତି। ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଯାତ୍ରା ସମ୍ପନ୍ନ ହୋଇପାରିଲା ନାହିଁ । ଯାତ୍ରା ପରମ୍ପରା ଅନୁଯାଇ ମହାପ୍ରଭୁ ଲିଙ୍ଗରାଜ କପିଳଶ୍ୱର ମନ୍ଦିରକୁ ଯାଇପାରିଲେନି ।

    ଏନେଇ କପିଳେଶ୍ୱର ମନ୍ଦିରରେ ଗତରାତିରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଆଜି ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ତଡ଼ପ ଲାଗି ଆଦି ଆଦି ନୀତି ହୋଇନି। ଖୁଣ୍ଟିଆ ସେବାୟତମାନେ କୌଣସି ନୀତି କରିନଥିବାବେଳେ ମଲିଆମାନେ ମଧ୍ୟ ସେବାକାର୍ଯ୍ୟ କରିନାହାନ୍ତି । ଫଳରେ କପିଳେଶ୍ୱର ଉପାସରେ ରହିଛନ୍ତି । ପ୍ରଶାସନ ନକହିଲା ପର୍ଯ୍ୟନ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ମଲିଆ ସେବାୟତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.5 ° C
    33.5 °
    33.5 °
    15 %
    4kmh
    0 %
    Sun
    33 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ