ବେଜିଂ: କାଳ ସାଜିଲା ସେଲଫି । ଚାଲିଗଲା ଜୀବନ । କ୍ୟାମେରାରେ କଏଦ ହେଲା ଅଭାବନୀୟ ଦୃଶ୍ୟ । ଆଖି ଆଗରେ 18 ହଜାର ଫୁଟ ତଳକୁ ଖସିଗଲେ ଯୁବକ । ଚୀନରେ ଥିବା ମାଉଣ୍ଟ ନାମାରେ କିଛି ପର୍ବତାରୋହି ହାଇକିଙ୍ଗ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ପର୍ବତ ଶିଖରରେ ପହଁଚିବା ପରେ ମାଉଣ୍ଟେନର ଜଣକ ଖୁସି ହୋଇଯାଇଥିଲେ ଓ ସଙ୍ଗେ ସଙ୍ଗେ ସେଫଟି ରୋପକୁ ଖୋଲି ସେଲଫି ନେବା ପାଇଁ ଫୋନ କାଢିଥିଲେ । ଆଉ ଏହି ଅସାବଧାନତା କାରଣରୁ ସେ ପର୍ବତ ତଳକୁ ଖସି ପଡିଥିଲେ । ପଛରେ ଥିବା ଅନ୍ୟ ପର୍ବତାରୋହିଙ୍କ ଫୋନରେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ କଏଦ ହୋଇଛି ।
୩୧ ବର୍ଷୀୟ ହଙ୍ଗ, ୨୫ ସେପ୍ଟେମ୍ବରରେ କିଛି ପର୍ବତାରୋହୀଙ୍କ ସହ ମିଶି ଟ୍ରେକିଙ୍ଗରେ ଯାଇଥିଲେ । ଚୀନର ମାଉଣ୍ଟ ନାମା, ଯାହାକି ୧୮ ହଜାର ୩୩୨ ଫୁଟ ଉଚ୍ଚତା ବିଶିଷ୍ଟ ସେଠାରେ ଟ୍ରେକିଙ୍ଗ କରିବା ପାଇଁ ଯୋଜନା ହୋଇଥିଲା । ତେବେ ହଙ୍ଗ ସେଲଫି ନେବା ପାଇଁ ସେଫଟି ରଶିକୁ କାଢି ଦେଇଥିଲେ ଫଳରେ ଏହି ଅଘଟଣ ହୋଇଥିଲା । ମାତ୍ର ଯଦି ଦେଖାଯାଏ ହଙ୍ଗ ଆଇସ ଆକ୍ସ ବା ବରଫ କୁରାଢି ମଧ୍ୟ ବ୍ୟବହାର କରୁନଥିଲେ ।
ନଚେତ ଆଇସ ଆକ୍ସ ଦ୍ୱାରା ବରଫରେ ଖସିବା ସମୟରେ ସେ ନିଜକୁ ଅଟକାଇ ପାରିଥାନ୍ତେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଏହା ତାଙ୍କର ପ୍ରଥମ ହାଇକିଙ୍ଗ ଥିଲା ।ଏପରିକି କମ ଉଚ୍ଚତା ବିଶିଷ୍ଟ ମାଉଣ୍ଟେନରେ ଚଢିବା ପାଇଁ ସେ ଘର ଲୋକଙ୍କୁ କହି ଏଥିରେ ସାମିଲ ହୋଇଥିଲେ । ତେଣୁ ଏଘଟଣା ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମର୍ମାହତ କରିଛି ।
ମାଉଣ୍ଟ ନାମାକୁ କେହି କେହି ନାମା ଶିଖର ମଧ୍ୟ କୁହନ୍ତି । ସିଚୁଆନ ପ୍ରଦେଶରେ ଥିବା ପୂର୍ବ ତିବ୍ଦତ ମାଳଭୂମିରେ ଏହା ଏକ ଉଚ୍ଚ ପର୍ବତ ।