Sunday, March 29, 2026
31.5 C
Odisha

    ସୋମବାର ମହାକୁମ୍ଭରେ ବସନ୍ତ ପଞ୍ଚମୀ ଅମୃତ ସ୍ନାନ, ପ୍ରଶାସନ ସତର୍କ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମଙ୍ଗଳବାର ପ୍ରୟାଗରାଜରେ ବସନ୍ତ ପଞ୍ଚମୀ ଅବସରରେ ଅମୃତ ସ୍ନାନ ହେବ । ବସନ୍ତ ପଞ୍ଚମୀ ଅବସରରେ ମହାକୁମ୍ଭ ସମୟରେ ପ୍ରବଳ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବସନ୍ତ ପଞ୍ଚମୀରେ ଆଖଡ଼ାମାନଙ୍କ ପାଇଁ ସ୍ନାନ ସମୟ ସୂଚୀ ମଧ୍ୟ ପ୍ରକାଶ ପାଇଛି। କେଉଁ ଆଖଡ଼ା କେଉଁ ସମୟରେ ଗାଧୋଇବ ଏବଂ କେବେ ଫେରିବ ତାହା ଏହି ସମୟ ସୂଚୀରୁ ଜଣାପଡିଛି ।

    ଆଖଡ଼ା ମାନଙ୍କ ମଧ୍ୟରୁ ସନ୍ୟାସୀ (ଶୈବ) ଅଖାଡ଼ାମାନଙ୍କୁ ପ୍ରଥମେ ସ୍ନାନର ସୁଯୋଗ ମିଳିବ, ତାପରେ ବୈରାଗୀ (ବୈଷ୍ଣବ ଅଖାଡ଼ା) ଓ ଶେଷରେ ଉଦାସୀନ ଅଖଡ଼ାମାନଙ୍କୁ ସୁଯୋଗ ମିଳିବ । ସନ୍ୟାସୀ ଅଖାଡ଼ାମାନଙ୍କ ମଧ୍ୟରୁ ପ୍ରଥମେ ପଞ୍ଚାୟତି ଅଖାଡ଼ା ମହାନିର୍ବାଣୀକୁ ଅମୃତ ସ୍ନାନର ସୁଯୋଗ ( ପ୍ରାତଃ ୫ଟା) ଓ ତାପରେ ଶମ୍ଭୁ ପଞ୍ଚାୟତି ଅଖାଡ଼ାକୁ (ପ୍ରାତଃ ୫.୫୦) ସ୍ନାନ ସୁଯୋଗ ମିଳିବ ।

    ଗତ ଜାନୁଆରି ୨୯ ତାରିଖରେ ସଙ୍ଗମ ଅଞ୍ଚଳରେ ମହାକୁମ୍ଭ ସମୟରେ ହୋଇଥିବା ଦଙ୍ଗାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ଏହାପରେ ୟୁପି ସରକାର ସୁରକ୍ଷାକୁ ନେଇ ଅନେକ କଠୋର ନିଷ୍ପତ୍ତି ନେବା ସହ ବିଭିନ୍ନ ନିୟମରେ ପରିବର୍ତ୍ତନ କରିଥିଲେ । ତେବେ କୁମ୍ଭରେ ଘଟିଥିବା ଏହି ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ