Saturday, March 14, 2026
23.2 C
Odisha

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ!

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍‌ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ। ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଧ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।

    ଏହାରି ଭିତରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ବଡ଼ ଗୁମର ଫିଟାଇଛନ୍ତି ପିଅନ। ସବୁଠାରୁ ବଡ଼କଥା ହେଉଛି ସୌମ୍ୟାଶ୍ରୀ ଏମିତି ଜାଗାରେ ନିଜ ଦେହରେ ନିଆଁ ଲଗାଇଛନ୍ତି ଯେଉଁଠି ସିସିଟିଭି ଫଟେଜ ନ ଥିଲା। ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ ସେ ସୌମ୍ୟାଙ୍କୁ ତଡି ଦେଇଥିଲେ।

    ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ହେଲେ ପିଅନଙ୍କୁ କହି ସୌମ୍ୟାଙ୍କୁ ଦେହରୁ ନିଆଁ ଲିଭାଇବା ପରିବର୍ତ୍ତେ ତାଙ୍କୁ ସେପରି ଅବସ୍ଥାରେ ତଡି ଦିଆଗଲା। ଏହା କେତେ ଭୟଙ୍କର ହୋଇପାରେ ଆପଣ ଆକଳନ ମଧ୍ୟ କରିପାରୁଥିବେ। ନିଆଁ ଦେହରେ ଛଟପଟ ହେଉଥିବାବେଳେ ତାଙ୍କୁ ବଞ୍ଚେଇବା ପରିବର୍ତ୍ତେ ତାଙ୍କୁ ନିଜ କଲେଜରୁ ହିଁ ସୁରକ୍ଷା ନ ଦିଆଯାଇପାରି ତଡି ଦିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ