ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସୁନ୍ଦର ତ୍ବଚା ଏବଂ ମଜବୁତ କେଶ ପାଇଁ ମାର୍କେଟରେ ବିକ୍ରି ହେଉଥିବା ଅନେକ ପ୍ରକାରର ବିୟୁଟି ପ୍ରଡକ୍ଟକୁ ଆମେ ବ୍ୟବହାର କରିଥାଉ । କେବଳ ମହଙ୍ଗା ପ୍ରଡକ୍ଟ ବ୍ୟବହାର କଲେ ସୁନ୍ଦର ଦେଖାଯାଇନଥାଏ ବରଂ ଆପଣ ଆପଣଙ୍କ ଘରେ ବ୍ୟବହାର କରୁଥିବା ଜିନିଷ ଉପରେ ମଧ୍ୟ ନିର୍ଭର କରେ । ପ୍ରାୟତଃ ଅଜାଣତରେ କିଛି ଅଭ୍ୟାସ ରହିଛି ଯାହା ଆମ ସ୍କିନ୍ ଏବଂ କେଶ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ସବୁ ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ । ଯାହା ଦ୍ବାରା ଆପଣଙ୍କ ଚର୍ମ ଏବଂ କେଶକୁ ସୁସ୍ଥ ରଖିପାରିବେ । ତେବେ ଆସନ୍ତୁ ସେହି ସବୁ ସମ୍ପର୍କରେ ଜାଣିବା ।
ପ୍ରାୟତଃ ଲୋକମାନେ ହାତ ଗାମୁଛାକୁ ମୁହଁରେ ବ୍ୟବହାର କରିଥାଆନ୍ତି । ଯାହାକୁ ବ୍ୟବହାର କରିବା ଦ୍ବାରା କ୍ରସ୍-କଣ୍ଟେମିନେସନ୍ ହୋଇପାରେ । ଯାହା ଜଣେ ବ୍ୟକ୍ତିରୁ ଅନ୍ୟ ଜଣଙ୍କୁ ଜୀବାଣୁ ସଂକ୍ରମିତ ହୋଇପାରେ । ଏଥିସହ ବ୍ରଣ, ଫଙ୍ଗାଲ୍ ଇନଫେକ୍ସନ୍ ଭଳି ଚର୍ମରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ । ତେଣୁ ଏହି ସବୁ ଅଭ୍ୟାସଠାରୁ ଦୂରେଇ ରହିବାକୁ ଚର୍ମରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ମେକଅପ୍ ବ୍ରସ୍ ମଧ୍ୟ ଆମ ସ୍କିନ୍ ପାଇଁ କ୍ଷତିକାରକ ହୋଇଥାଏ । ଯାହା ପଙ୍ଗସ୍ ଭଳି ସମସ୍ୟା ସୃଷ୍ଟି କରିପାରେ ।
ଏହା ବ୍ୟତୀତ ଲୁଫା କିମ୍ବା ଯେକୌଣସି ବଡି ବ୍ରସ୍ ଆମେ ଅନେକ ସମୟରେ ବ୍ୟବହାର କରିଥାଉ । କିନ୍ତୁ ଏହାର ବ୍ୟବହାର ଆମକୁ ବିପଦରେ ପକାଇପାରେ । ଯାହା ବ୍ରଣ ଏବଂ ସକ୍ରମଣର ଆଶଙ୍କା ବଢାଇପାରେ । ଯାହା ଆମ ସ୍କିନକୁ କ୍ଷତି ପହଞ୍ଚାଇଥାଏ । ତ୍ବଚାର ଯତ୍ନ ନେବା ପାଇଁ ସଠିକ୍ ଜିନିଷର ବ୍ୟବହାର କରାଯିବା ଉଚିତ୍ । ଯାହା ଆମ ସ୍କିନ୍ କେୟାର ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ନଚେତ୍ ଏହି ବ୍ୟବହାର ଆମ ସ୍କିନକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହା ବଦଳରେ ନରମ ତଉଲିଆ, ୱାଶକ୍ଲଥ୍ କିମ୍ବା ଏକ୍ସପୋଲିଏଟର ବ୍ୟବହାର କରନ୍ତୁ ।
ସେହିପରି କେଶର ଠିକ୍ ଭାବେ ଯତ୍ନ ନନେଲେ ଏହା ଦୁର୍ବଳ ହୋଇଯାଇଥାଏ । କେଶ ଝଡିବା ଏବଂ ପାଚିବା ଭଳି ସମସ୍ୟା ଦେଖାଦେଇଥାଏ । ପ୍ଲାଷ୍ଟିକ୍ ପାନିଆ କେଶକୁ ଖରାପ କରିଦେଇଥାଏ । ଏହି ସବୁ ସମସ୍ୟାକୁ ରୋକିବା ପାଇଁ କାଠ କିମ୍ବା କାର୍ବନ ପାନିଆ ବ୍ୟବହାର କରିବାକୁ ଚର୍ମରୋଗ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଏଥିସହ ଆଣ୍ଟି ହେୟାରଫଲ୍ ସାମ୍ପୁ ବ୍ୟବହାର କରିବାକୁ ମଧ୍ୟ ବାରଣ କରିଥାଆନ୍ତି । ଏହି ସାମ୍ପୁ ବଦଳରେ ଡର୍ମାଟୋଲୋଜିଷ୍ଟ ମାଇଲ୍ଡ, ସଲଫେଟ୍-ଫ୍ରି ସାମ୍ପୁ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଏହା ବ୍ୟତୀତ ଅନେକ ଲୋକ ବାରମ୍ବାର କେଶର ରଙ୍ଗ ବଦଳାଇଥାଆନ୍ତି । କିନ୍ତୁ ଏଥିପ୍ରତି ସାବଧାନ ରୁହନ୍ତୁ । ନଚେତ୍ ଏହା ଆପଣଙ୍କୁ ଏହା ବଡ଼ ବିପଦରେ ପକାଇଥାଏ । ଏହା କେବଳ କେଶ ଝଡିବାର କାରଣ ନୁହେଁ ବରଂ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ । ଯଦି ଆପଣ କେଶ ରଙ୍ଗ କରିବାକୁ ଚାହୁଁଛନ୍ତି ତେବେ କେଶରେ ମେହେନ୍ଦି ଏବଂ ଅଁଳା ବ୍ୟବହାର କରିପାରିବେ । ଯାହା ପ୍ରାକୃତିକ ଗୁଣରେ ଭରପୁର । ତେଣୁ ଏହି ସବୁ ଅଭ୍ୟାସଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କ କେଶକୁ ମଜବୁତ କରିବା ସହ ସ୍କିନ ପାଇଁ ମଧ୍ୟ ଲାଭଦାୟକ ହେବ ।

