Thursday, July 10, 2025
24.7 C
Odisha

    ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ

    ଆଗକୁ ପଢନ୍ତୁ

    କେନ୍ଦୁଝର: ପାରିବାରିକ କଳହ ନେଲା ଭୟଙ୍କର ରୂପ । କେନ୍ଦୁଝରରୁ ଆସିଲା ସାଙ୍ଘାତିକ ଖବର । କଳି କରୁ କରୁ କାଳ ପାଲଟି ଗଲା । ସ୍ତ୍ରୀକୁ ବାଡ଼ିରେ ପିଟିପିଟି ଜୀବନରୁ ମାରିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ହାତୀମରା ଛକ ଗ୍ରାମରେ । ପାରିବାରିକ କଳହରୁ ସ୍ତ୍ରୀ କୁ ବାଡ଼ିରେ ପିଟି ପିଟି ସ୍ବାମୀ ହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

    ହାତୀମରା ଛକ ଗ୍ରାମର ସୁନିଲ ମୁଣ୍ଡା ତାଙ୍କ ସ୍ତ୍ରୀ କିତାମାଇ ମୁଣ୍ଡା ଗତକାଲି ସକାଳେ କୌଣସି କାରଣରୁ ଝଗଡ଼ା କରିଥିଲେ । କିନ୍ତୁ ଏହି ଝଗଡ଼ାର କରୁଣ ଚିତ୍ର ବର୍ତ୍ତମାନ ଆପଣଙ୍କୁ ଆଖି ସାମ୍ନାରେ । ଏହିଁ କଲହରେ ସ୍ବାମୀ ସୁନିଲ ମୁଣ୍ଡା ଉତକ୍ଷିପ୍ତ ହୋଇ ଏକ ବାଡ଼ିରେ ସ୍ତ୍ରୀକୁ ମାଡ଼ ମାରି ଲୋହୁ ଲୁହାଣ କରି ପକାଇ ଥିଲା । ଏହାପରେ କିତାମାଇ ଭୂଇଁ ଉପରେ ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କ ସ୍ୱାମୀ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରିବର୍ତ୍ତେ ଘର ଭିତରକୁ ନେଇ ଶୁଆଇ ଦେଇଥିଲା । ଏହାପରେ ସ୍ତ୍ରୀ କୀତାମାଇ ମୁଣ୍ଡାଙ୍କ ଜୀବନ ଚାଲି ଯାଇଥିଲା । ତାଙ୍କ ଜୀବନ ଚାଲିଯାଇଥିବା ଜାଣିବା ପରେ ସୁନିଲ ମୁଣ୍ଡା ବାମେବାରି ଥାନାକୁ ଆତ୍ମସମର୍ପଣ କରିବାକୁ ଯାଇଥିଲା । ଆଉ ଏତିକିବେଳେ ବାମେବାରି ପୋଲିସ କୌଣସି ପ୍ରକାରେ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତ ସ୍ବାମୀ ସୁନିଲ ମୁଣ୍ଡାକୁ ରାସ୍ତାରୁ ଉଠାଇ ନେଇ ଘଟଣାସ୍ଥଳକୁ ନେଇଥିଲେ ।

    ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ,ଉକ୍ତ ଗ୍ରାମ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏବଂ ବାମେବ।ରି ପୋଲିସ ଘଟଣାସ୍ଥଳ ରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.5kmh
    100 %
    Thu
    25 °
    Fri
    30 °
    Sat
    30 °
    Sun
    29 °
    Mon
    31 °

    ସମ୍ବନ୍ଧିତ