Friday, October 2, 2026
22.2 C
Odisha

    କେଉଁ ଅଭିଶାପ ଯୋଗୁ ସମୁଦ୍ର ପାଣି ହୋଇଥିଲା ଲୁଣିଆ

    ଆଗକୁ ପଢନ୍ତୁ

    ସମୁଦ୍ର ପାଣି ଖୁବ୍‌ ଲୁଣିଆ ବୋଲି ସମସ୍ତେ ଜାଣିଛନ୍ତି। ପାଣି ଲୁଣିଆ ହେବା ପଛରେ ଯେପରି ବୈଜ୍ଞାନିକ କାରଣ ଲୁଚି ରହିଛି ସେପରି ପୌରାଣିକ କଥା ମଧ୍ୟ ପ୍ରଚଳିତ। ପୌରାଣିକ କଥା ଅନୁଯାୟୀ ସମୁଦ୍ର ପାଣି ସର୍ବଦା ଲୁଣିଆ ନଥିଲା ବରଂ ଏହାର ପାଣି କ୍ଷୀର ଭଳି ସଫା ଏବଂ ମିଠା ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ପାଣିକୁ ପିଇବା ତ ଦୂରର କଥା କୌଣସି ବ୍ୟକ୍ତି ଏହି ପାଣିକୁ ମୁହଁରେ ଲଗାଇବାକୁ ମଧ୍ୟ ପସନ୍ଦ କରୁନାହାନ୍ତି। ଜାଣନ୍ତୁ ପାଣି ଲୁଣିଆ ହେବା ପଛରେ କଣ ରହିଛି ପୌରାଣିକ ଧାର୍ମିକ କାହାଣୀ।

    ଶିବ ପୁରାଣ ଅନୁଯାୟୀ ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପାଇବା ପାଇଁ ବର୍ଷ ସାରା କଠୋର ତପସ୍ୟା କରିଥିଲେ। ମାତାଙ୍କର ଏଭଳି ସ୍ଥିତିକୁ ଦେଖି ତିନି ଲୋକ ଭୟଭୀତ ହୋଇ ଉଠିବା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। ଏଥିରେ ହିଁ ସମୁଦ୍ର ଦେବତା ପାର୍ବତୀଙ୍କ ସ୍ୱରୂପକୁ ଦେଖି ମୋହିତ ହୋଇଗଲେ। ଏହାପରେ ମାତା ପାର୍ବତୀଙ୍କ ତପସ୍ୟା ପୂରଣ ହେବା ପରେ ହିଁ ସମୁଦ୍ର ଦେବତା ବିବାହ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବରେ ମାତା ଉମା ସମୁଦ୍ର ଦେବଙ୍କୁ କହିଥିଲେ ମୁଁ ପୂର୍ବରୁ ଶିବଙ୍କର ହୋଇ ସାରିଛି। ଏହି କଥା ଶୁଣିବା ପରେ ସମୁଦ୍ର ଦେବଙ୍କୁ କ୍ରୋଧ ଆସିଯାଇଥିଲା ଏବଂ ସେ କ୍ରୋଧରେ ଭଗବାନ ଶଙ୍କରଙ୍କ ସମ୍ପର୍କରେ ଖରାପ କଥା କହିବାକୁ ଲାଗିଲେ । ସମୁଦ୍ର ଦେବ ମାତା ପାର୍ବତୀଙ୍କୁ କହିଲେ, ‘ସେହି ଭସ୍ମଧାରୀ ଆଦିବାସୀ ଠାରେ ଏପରି କଣ ରହିଛି ଯାହା ମୋ ପାଖରେ ନାହିଁ, ମୁଁ ସମସ୍ତ ମନୁଷ୍ୟର ଶୋଷ ମେଣ୍ଟାଉଛି ଏବଂ ମୋ ଚରିତ୍ର ମଧ୍ୟ କ୍ଷୀର ଭଳି ସଫା। ମତେ ବିବାହ କରିବା ପାଇଁ ରାଜି ହୋଇଯାଅ ଏବଂ ସମୁଦ୍ରର ରାଣୀ ହୋଇଯାଅ।’ ସମୁଦ୍ରଦେବତାଙ୍କ ମୁଖରୁ ଭଗବାନ ଶଙ୍କରଙ୍କ ପାଇଁ ଅପଶବ୍ଦ ଶୁଣି ମାତା ପାର୍ବତୀ କ୍ରୋଧିତ ହୋଇ ରାଗରେ ତାଙ୍କୁ ଅଭିଶାପ ଦେଇ କହିଥିଲେ ଯେଉଁ ମିଠା ପାଣି ପାଇଁ ତୁମର ଗର୍ବ ଓ ଅହଙ୍କାର ରହିଛି, ତାହା ଆଜିଠାରୁ ନଷ୍ଟ ହୋଇଯିବ ଏବଂ କୌଣସି ମନୁଷ୍ୟ ତୁମର ଜଳ ଗ୍ରହଣ କରିପାରିବେ ନାହିଁ। ମାନ୍ୟତା ଅନୁଯାୟୀ ଉଲ୍ଲେଖ କରାଯାଇଛି ସେହି ଦିନ ଠାରୁ ସମୁଦ୍ରର ପାଣି ଏପରି ଖାରିଆ ବା ଲୁଣିଆ ହୋଇଗଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ