Wednesday, March 25, 2026
37 C
Odisha

    ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ରୁ । ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ପୁଷ୍ପା ଧନୁଆ ପରିବାର ସହିତ ହେମଗିରି ସାପ୍ତାହିକ ହାଟକୁ ଯାଇଥିଲେ । ଫେରିବା ବାଟରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

    ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ମକୁଲ ଧନୁଆ ଧରିଥିବା ଠେଙ୍ଗାରେ ପୁଷ୍ପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପୁଷ୍ପା ଅଚେତ ହୋଇପଡ଼ିବାରୁ ଘରେ ନେଇ ଶୁଆଇ ଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ପୁଷ୍ପାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଘଟଣାସ୍ଥଳପେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ