Tuesday, June 30, 2026
26.1 C
Odisha

    ସ୍ପେଶାଲ ସେଲ୍ ହେଡ୍ କନଷ୍ଟେବଳ ପାର୍ଟିରେ ଚଳାଇଲେ ଗୁଳି, ଜଣେ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ଦ୍ବାରକା ସ୍ଥିତ ଜାଫରପୁର କଲନ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଥିବା ହେଡ୍ କନଷ୍ଟେବଳ ନୀରଜ ଗୁଳିମାଡ଼ କରିଛନ୍ତି । ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରୁଛି । ଗୁଳିମାଡ଼ର କାରଣ ଏଯାଏଁ ଜଣାପଡିନାହିଁ ।

    ଖବର ମୁତାବକ, ଘଟଣା ସମୟରେ ଅଭିଯୁକ୍ତ ଜଣକ ଏକ ପାର୍ଟିରେ ସାମିଲ ଥିଲା, ଆଉ ପାର୍ଟିରେ ହଠାତ୍ ବିବାଦ ହେବାରୁ ନିଜର ପୋଲିସ ବନ୍ଧୁକ ବାହାର କରି ଗୁଳିମାଡ଼ କରିଥିଲା । ଅଭିଯୁକ୍ତ ଜଣକ ୨ଟି ଗୁଳି ଚଳାଇଥିଲା । ଅଭିଯୁକ୍ତ ପୋଲିସକର୍ମୀ ଘଟଣା ଘଟାଇବା ପରେ ଫେରାର ହୋଇଯାଇଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ଏହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ହେଡ୍ କନଷ୍ଟେବଳ ନୀରଜଙ୍କୁ ଗିରଫ କରାଯାଇଛି । ଗୁଳିମାଡ଼ ଯୋଗୁଁ ପାଣ୍ଡବ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା ଏବଂ ଘଟଣା ଆଉ ଜଣେ ବ୍ୟକ୍ତି ଗୁରରୁତର ଆହତ ରହିଛନ୍ତି ବୋଲି ଜଣାପଡିଛି ।

    ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି । ଘଟଣା ସମୟରେ ଉପସ୍ଥିତ ଥିବା ଲୋକଙ୍କ ବୟାନ ନିଆଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ଘଟଣା ସମୟରେ ଅଭିଯୁକ୍ତ ହେଡ୍ କନଷ୍ଟେବଳ ନିଶାରେ ଥିଲେ ଏବଂ କୌଣସି କଥାକୁ ନେଇ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    very heavy rain
    26.1 ° C
    26.1 °
    26.1 °
    83 %
    1.8kmh
    100 %
    Mon
    25 °
    Tue
    30 °
    Wed
    32 °
    Thu
    32 °
    Fri
    30 °

    ସମ୍ବନ୍ଧିତ