କୋଲକାତା ନାଇଟ୍ ରାଇଡର୍ସ (KKR)ର ୱିକେଟ-କିପର ବ୍ୟାଟର ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ଆଇପିଏଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିବା ଯୋଗୁଁ ରଘୁବଂଶୀଙ୍କୁ ମ୍ୟାଚ୍ ଫି ୨୦ ପ୍ରତିଶତ କାଟ୍ କରାଯାଇଛି । ଏହାସହିତ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ମିଳିଛି ।
IPL ୩୮ତମ ମ୍ୟାଚରେ ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯାଉଥିଲା । ମ୍ୟାଚ ସମୟରେ ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଆଉଟ୍ ଦିଆଯାଇଥିଲା । ଫିଲ୍ଡିଂରେ ବାଧା ସୃଷ୍ଟି କରି ବିପକ୍ଷରେ ତାଙ୍କୁ ଆଉଟ୍ ଦିଆଯାଇଥିଲା । ୫ମ ଓଭରରେ ପ୍ରିନ୍ସ ଯାଦବ ବୋଲି କରୁଥିବା ସମୟରେ ରଘୁବଂଶୀ ମିଡ୍-ଅନ୍ ଆଡକୁ ବଲ ଖେଳି ତୁରନ୍ତ ରନ ପାଇଁ ଦୌଡ଼ିଥିଲେ । ତଥାପି, ନନ୍-ଷ୍ଟ୍ରାଇକର ଏଣ୍ଡରେ ଠିଆ ହୋଇଥିବା ଗ୍ରୀନ୍ ତାଙ୍କୁ ଫେରାଇ ଦେଇଥିଲେ । ରଘୁବଂଶୀ ଫେରିବା ସମୟରେ ମହମ୍ମଦ ଶାମି ଷ୍ଟ୍ରାଇକର ଏଣ୍ଡକୁ ଫୋପାଡ଼ି ଦେଇଥିଲେ । ରଘୁବଂଶୀ ବଲ୍ ଲାଇନରେ ଆସି ଡାଇଭ୍ କରିଥିଲେ ।
“ଫିଲ୍ଡକୁ ବାଧା ଦେବା” ବା Obstructing Pitch ପାଇଁ ଆବେଦନ କରିଥିଲା LSG । ଯାହାକୁ ଥାର୍ଡ ଅମ୍ପାୟାର ଗ୍ରହଣ କରିଥିଲେ । ରଘୁବଂଶୀ ୮ ବଲରେ ୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ଏହି ନିଷ୍ପତ୍ତି ପରେ ନିଜର କ୍ରୋଧକୁ ସମ୍ଭାଳି ପାରିନଥିଲେ । ତେଣୁ ରାଗରେ ବାଉଣ୍ଡ୍ରୀ କୁସନରେ ବ୍ୟାଟକୁ ମାରି ହେଲମେଟକୁ ଡଗଆଉଟକୁ ପକାଇଦେଇଥିଲେ ।
ICC ନିୟମ ୩୭.୧.୪ ଅନୁଯାୟୀ, ଯଦି ଜଣେ ବ୍ୟାଟର୍ ରନ ନେବା ସମୟରେ କୌଣସି ବୈଧ କାରଣ ବିନା ତାଙ୍କର ଦିଗ ପରିବର୍ତ୍ତନ କରନ୍ତି । ଏହାଦ୍ୱାରା ଜଣେ ଫିଲ୍ଡରଙ୍କ ରନ-ଆଉଟ୍ କରିବା ପ୍ରୟାସକୁ ବାଧା ଦିଅନ୍ତି, ତେବେ ତାଙ୍କୁ “କ୍ଷେତ୍ରକୁ ଅବରୋଧ କରିବା” Obstructing Pitch ଆଧାରରେ ଆଉଟ୍ ଦିଆଯାଇପାରିବ । ଆଉ ତାଙ୍କର ଏହି ଅପରାଧ ପାଇଁ ମ୍ୟାଚ୍ ଫି କାଟ୍ କରାଯିବା ସହିତ ଡିମେରିଟ ପଏଣ୍ଟ ମିଳିଛି ।
