ନୂଆଦିଲ୍ଲୀ : ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ୩ ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ କରିବ । ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟରେ ଗଡ଼ିବ । ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି । ଯେଉଁଥିରେ କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଣିପୁର ଗସ୍ତରେ ଯାଉଛନ୍ତି । ୨୦୨୩ କୁକି-ମୈତେଇ ହିଂସା ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ । ଏହି ଅବସରରେ ସେ ରାଜ୍ୟକୁ ୮ ହଜାର ୫ଶହ କୋଟି ଟଙ୍କାର ଭେଟି ଦେବେ । ମୋଦି ପ୍ରଥମେ ଚୁରାଚାନ୍ଦପୁର ଜିଲ୍ଲାର ପିସ୍ ଗ୍ରାଉଣ୍ଡ ଠାରେ ୭ହଜାର ୩ଶହ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ। ସେଠାରେ ସେ ହିଂସା ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ଭେଟିବ । ଏହି ଅଞ୍ଚଳ କୁକି ବହୁଳ ଭାବେ ପରିଚିତ ।
୨୦୨୩ ମେ’ରେ ସଂରକ୍ଷଣକୁ ନେଇ କୁଜି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ଏପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଘରଦ୍ଵାର ଛାଡି ପଳାଇଛନ୍ତି । ରାଜ୍ୟରେ ଗତ ଫେବ୍ରୁଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।