Friday, October 31, 2025
22.3 C
Odisha

    ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା

    ଆଗକୁ ପଢନ୍ତୁ

    କଟକ : ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା । ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି । ସେ ଏମସ ଭୁବନେଶ୍ବରର ICUରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର କିଡନୀ ଓ ଲିଭର ଅବସ୍ଥାରେ ପୂର୍ବପେକ୍ଷା ଉନ୍ନତି ପରିଲିକ୍ଷିତ ହୋଇଛି । ନିମୋନିଆରେ ସୁଧାର ଆସିଛି । ପୁଣି ଥରେ ବ୍ରେନ୍ MRI ହୋଇଛି । ମାତ୍ର ସେ ଏବେବି କୋମାରେ ଅଛନ୍ତି। ଅଭିଜିତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ପରେ ପ୍ରଶଂସକଙ୍କ ମହଲରେ ଉତ୍ସାହ ଦେଖାଦେଇଛି।

    ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାନଯିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ଚିନ୍ତାର ବିଷୟ ହେଲା, ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା କିଛି ଦିନ ତଳେ ସଙ୍କଟାପନ୍ନଥିଲା ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.3 ° C
    22.3 °
    22.3 °
    98 %
    1.7kmh
    76 %
    Thu
    22 °
    Fri
    29 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ