ଭୁବନେଶ୍ୱର : ପ୍ରାୟ ୨୪ଘଣ୍ଟା ପରେ ସ୍ୱାଭାବିକ ହୋଇଛି ମହାଭ୍ରପୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲିଠୁ ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିବାରୁ ଉପାସରେ ରହିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ସମର୍ଥା ସେବାୟତ ଦିଅଁଙ୍କ ଭୋଗ ପ୍ରସ୍ତୁତ ପାଇଁ ବିରିବଟା, ଚୁନାକୁଟା ମହାସୁଆର ସେବାୟତଙ୍କୁ ଯୋଗାଇଥାନ୍ତି ।
ବୁଧବାର ସମର୍ଥା ନିଯୋଗର ବୁଲା ସମର୍ଥାଙ୍କ ନିଅଂଶ ପାଳିଥିଲା । ଉକ୍ତ ପାଳିକୁ ମନ୍ଦିର ପ୍ରଶାସନ ଯୋଗେନ୍ଦ୍ର ସମର୍ଥାଙ୍କ ଦ୍ୱାରା କରିଥାଏ । ଏବେ ଯୋଗେନ୍ଦ୍ର ସମର୍ଥା ନିଅଂଶ ପାଳି କରିବାକୁ ମନା କରିବାରୁ ତାଙ୍କ ପାଳି କରିବାକୁ କେହି ରଙ୍କକ୍ସକ୍ଟ ହୋଇନଥିଲେ । ଫଳରେ ଦିଅଁଙ୍କ ନୀତିକାନ୍ତି ହୋଇପାରିନଥିଲା । ଧର୍ମମାସ କାର୍ତ୍ତିକରେ ଦିଅଁ ସାରା ଦିନ ଉପାସରେ ରହିବାରୁ ଭକ୍ତଙ୍କ ମସହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

