Sunday, March 29, 2026
39.2 C
Odisha

    ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ପାଣି : ଯାହାର ଲାଭ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    ଲବଙ୍ଗ ଗୋଟିଏ ଏଭଳି ମସଲା ଅଟେ ଯାହା ପ୍ରତ୍ୟେକ ଭାରତୀୟ ଘରେ ସହଜ ରେ ମିଳି ଯାଇଥାଏ, ଏହାର ସ୍ୱାଦ ତୀକ୍ଷଣ ହୋଇଥିଲେ ମଧ୍ୟ ଏହାର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ , ବିଶେଷ ଭାବରେ ଲବଙ୍ଗ ର ପାଣି, ହଁ ଆଜ୍ଞା ଆଜିକାଲି ପ୍ରାକୃତିକ ଉପଚାର ଭାବରେ ଲବଙ୍ଗ ପାଣି ଖୁବ ହିତକର। ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ। ଲବଙ୍ଗକୁ କିଛି ଘଣ୍ଟା ପାଇଁ ପାଣିରେ ବତୁରାଈ ରଖି ଦିଅନ୍ତୁ, ଯାହାଦ୍ୱାରା ଲବଙ୍ଗରେ ଥିବା ୟୁଜେନୋଲ ଭଳି ଆକ୍ଟିଭ କମ୍ପାଉଣ୍ଡ ପାଣିରେ ବତୁରାଈବା ପରେ ବଢି ଯାଇଥାଏ, ଏମିତିରେ ତ ଲବଙ୍ଗ ପାଣି ଆପଣ ଯେ କୌଣସି ସମୟରେ ସେବନ କରିପାରିବେ, କିନ୍ତୁ ବିଶେଷଜ୍ଞଙ୍କ ମତରେ ରାତିରେ ଲବଙ୍ଗ ପାଣି ସେବନ କରିବା ସେବନ କରିବା ହିତକର ଅଟେ, ତେବେ ଆସନ୍ତୁ ଜାଣିବା ଲବଙ୍ଗ ପାଣି ପିଇବାର ଅଦ୍ଭୁତ ଲାଭ :-

    ଲବଙ୍ଗ ପାଚନ ଏଞ୍ଜାଇମ କୁ ସ୍ଟିମୁଲେଟ କରିଥାଏ, ଫୁଲା କମାଇଥାଏ ଏବଂ ହେଲଦି ଗଟ ବୃଦ୍ଧି କରିଥାଏ, ଏବଂ ଡାଇଜେସନ ଠିକ କରିଥାଏ, ଗ୍ୟାସ ଏବଂ ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।

    ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଲବଙ୍ଗ ପାଣି ଇମ୍ୟୁନିଟିକୁ ବଢ଼ାଇଥାଏ , ଯାହାଦ୍ୱାରା ଶରୀରକୁ ଇନଫେକ୍ସନ ଏବଂ ବିଭିନ୍ନ ସଂକ୍ରମଣ ରୋଗରୁ ମୁକ୍ତି ମିଳିଥାଏ।

    ଲବଙ୍ଗ ଓଜନ ହ୍ରାସ କରିବାରେ କରିଥାଏ, କାହିଁକି ନା ଏହା ମେଟାବୋଲିଯିମକୁ ବୁଷ୍ଟ କରିଥାଏ, ଏବଂ ବ୍ଲଡ଼ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିଥାଏ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗିନଥାଏ ଏବଂ ମିଠା ଖାଇବାର କ୍ରୋଭିଙ୍ଗ କମ ହୋଇଥାଏ।

    ଲବଙ୍ଗ ପାଣି ସେବନ କରିବା ଦ୍ୱାରା ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ, ଏହା ପ୍ରାକୃତିକ ଭାବରେ ଶରୀରକୁ ଉର୍ଜା ଯୋଗାଇଥାଏ, ଯାହାଦ୍ୱାରା କଫ ସଫା ହୋଇଥାଏ ଏବଂ କାଶ ସମସ୍ୟାରୁ ଆରାମ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ