Tuesday, March 31, 2026
26.8 C
Odisha

    ହରିୟାଣାରେ ଧର୍ମେନ୍ଦ୍ରଙ୍କ କମାଲ, ଭାଜପାର ହ୍ୟାଟ୍ରିକ ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଏକଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ କରି ହରିୟାଣାରେ ପ୍ରଚଣ୍ଡ ବହୁମତ ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଭାଜପା ଯେଉଁଠି ୧୦ବର୍ଷ ଧରି କ୍ଷମତାସୀନ ଥିଲା ସେଠାରେ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି। ଭାଜପା ରାଜ୍ୟରେ ୯୦ ବିଧାନସଭା ଆସନରୁ ୪୯ ହାତେଇଥିବାବେଳେ କଂଗ୍ରେସ ୩୯ଟି ଆସନ ପାଇ ପାରିଛି। ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ଚମତ୍କାର ପ୍ରଦର୍ଶନ କରିଛି। କୁହାଯାଉଥିଲା କି, ଭାଜପା ବିରୋଧରେ ୩ଟି ମୁଖ୍ୟ ପ୍ରସଙ୍ଗ ମୁଣ୍ଡ ଟେକିଥିଲା। ଆଉ ଏଥିପାଇଁ ଦଳ ବଡ଼ ପରାଜୟର ସମ୍ମୁଖୀନ ହୋଇଥାନ୍ତା। ହେଲେ ସବୁ ପରେ ବି ବିରୋଧୀ କଂଗ୍ରେସକୁ ପରାଜିତ କରି ଭାଜପା ପ୍ରଚଣ୍ଡ ବିଜୟ ହାସଲ କରିଛି। ହରିୟାଣାରେ କିଷାନ, ଯବାନ, ପେହେଲବାନ ୩ଟି ବଡ଼ ପ୍ରସଙ୍ଗ ଭାଜପା ବିରୋଧରେ ମୁଣ୍ଡ ଟେକିଥିବାବେଳେ ଏସବୁକୁ ଡେଇଁ ଦଳ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ଏହାର ଶ୍ରେୟ ଏମିତି ଜଣେ ନେତାଙ୍କୁ ଯାଉଛି ଯିଏକି ନିର୍ବାଚନ ବିଜୟୀ କ୍ଷେତ୍ରରେ ବଡ଼ ଯୋଗଦାନ ଦେଇଛନ୍ତି। ସେ ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯିଏକି ମୋଦିଙ୍କ ‘ଉଜ୍ଜଳା ମ୍ୟାନ’ ଭାବେ ମଧ୍ୟ ପରିଚିତ। ଓଡ଼ିଶାର ନେତା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। କେବଳ ହରିୟାଣା ନୁହେଁ ଏହା ପୂର୍ବରୁ ସେ ବିହାର, ତ୍ରିପୁରା, ଛତିଶଗଡ, କର୍ନାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଓଡ଼ିଶା ବିଧାନସଭା ନିର୍ବାଚନର ସଫଳତା ପୂର୍ବକ ନେତୃତ୍ୱ ନେଇଛନ୍ତି। ନିକଟରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏପରି ଷ୍ଟାଟ୍ରେଜି ପ୍ଲାନ କରିଥିଲେ ଯେ, ଯାହାଦ୍ୱାରା ଭାଜପା ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ସେହିପରି ଓଡ଼ିଶା ପରି ହରିୟାଣାରେ ଜିତିବା ଏକରକମ କଷ୍ଟକର ବ୍ୟାପାର ଥିଲା। ସେଠାରେ ସେ ବ୍ୟାକ୍‌ଫୁଟ୍‌ରେ ରହି ଦଳକୁ ବଳ ଯୋଗାଇଥିଲେ। ସେ ହରିୟାଣାରେ ପ୍ରଭାରୀ ରୂପେ ନିଯୁକ୍ତି ହୋଇଥିଲେ। ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ସହ ଘୋଷଣା ପତ୍ର ମଧ୍ୟ ସେ ନିଜେ ପ୍ରସ୍ତୁତ କରିଥିଲେ।

    ତେବେ ଚଳିତ ନିର୍ବାଚନରେ ହରିୟାଣାରେ ଭାଜପା ବିରୋଧରେ ଲହର ଜାରି ରହିଥିଲା। ବହୁ ରାଜନୈତିକ ବିଶେଷଜ୍ଞ ମଧ୍ୟ ଭାଜପା ହାରିବା ନେଇ ଭବିଷ୍ୟବାଣୀ କରିଥିଲେ। ଯାହାକୁ ନେଇ ଧର୍ମେନ୍ଦ୍ର ଓ ତାଙ୍କ ଟିମ୍‌ ବହୁ ବରିଷ୍ଠ ଓ ଅନୁଭବୀ ନେତାଙ୍କ ଟିକେଟ୍‌ କାଟି ଦେଇଥିଲେ। ସେ ଲାଇମଲାଇଟ୍‌ରୁ ଦୂରେଇ ରହି ଦଳୀୟ କନ୍ଦଳକୁ ସମାଧାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ