Monday, August 24, 2026
27.4 C
Odisha

    ୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ବାପା

    ଆଗକୁ ପଢନ୍ତୁ

    ନୂଆପଡ଼ା: ଘରୋଇ କଳିରୁ ପିଶାଚ ବାପାର ଜଘନ୍ୟ କାଣ୍ଡ। ୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ନୃଶଂସ ବାପା। ଏପରି ଏକ ଅମାନୁଷିକ କାଣ୍ଡ ନୂଆପଡା ଜିଲ୍ଲା ବୋଡେନ ଥାନା କୋଟିଆପଡ଼ା ଗାଁରେ ଘଟିଛି। ଘରୋଇ କଳି କାରଣରୁ ପିଶାଚ ବାପା ୧୪ ମାସର ପୁଅକୁ ପାଣିରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଦେଇଛି। ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଟିଆ ପଡ଼ା ଗାଁରେ କିଶୋର ମାଝି ଘରେ ତାର ସ୍ତ୍ରୀ ନଥିବା ବେଳେ ଗାଁ ପାଖ ଚୂଆରେ ଶିଶୁପୁତ୍ରକୁ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଛି। ତେବେ ଏନେଇ ପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିଲା। ପରେ ଗାଁ ଲୋକ ଘଟଣା ସମ୍ପକରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ