Wednesday, April 2, 2025
36.8 C
Odisha

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ୍ ଅଲ୍ଲୀ ଖାନ

ଆଗକୁ ପଢନ୍ତୁ

ମୁମ୍ବାଇ : ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିଲା । ତାଙ୍କୁ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ ।ସେପଟେ ମୁମ୍ବାଇ ପୋଲିସ ସୈଫଙ୍କ ଘରର ସୁରକ୍ଷା ବଢ଼ାଇ ଦେଇଛି । ଫ୍ଲୋର ଡକ୍ଟକୁ ଜାଲି ଦ୍ବାରା ପ୍ୟାକ୍ କରି ଦିଆଯାଇଛି । ଯେଉଁ ବିଲ୍ଡିଂରେ ସୈଫ୍ ଓ କରୀନା ନିଜର ଦୁଇ ପୁଅଙ୍କ ସହ ରହୁଛନ୍ତି, ତାହାର ୧୨ତମ ମହଲାରେ ସମସ୍ତ ଏସି ଡକ୍ଟ ଏରିଆକୁ ଜାଲି ସ୍କ୍ରିନରେ ସିଲ୍ କରାଯାଇଛି ।ଅଭିନେତା ଆଜି ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ପଡ଼ିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏହାପୂର୍ବରୁ ପୋଲିସ ମଙ୍ଗଳବାର ସକାଳେ ସୈଫଙ୍କ ଘରେ ପହଞ୍ଚି ପୂରା କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା । ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅଭିଯୁକ୍ତ ଶେହଜାଦଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
scattered clouds
36.8 ° C
36.8 °
36.8 °
18 %
0.4kmh
36 %
Wed
38 °
Thu
39 °
Fri
38 °
Sat
39 °
Sun
42 °

ସମ୍ବନ୍ଧିତ