Wednesday, April 8, 2026
24.2 C
Odisha

    ହାଇକୋର୍ଟରେ ଖଣ୍ଡଗିରି ଗୁମ୍ଫା ଜବରଦଖଲ ମାମଲା: ସତ୍ୟପାଠ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଖଣ୍ଡଗିରି ଗୁମ୍ଫାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାର ଚୂଡାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ଆଉ ୪ ସପ୍ତାହ ସମୟ ଆବଶ୍ୟକ। ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ପକ୍ଷରୁ ଜବରଦଖଲ ନେଇ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଭଳି ସତ୍ୟପାଠ ଦାଖଲ କରାଯାଇଛି। ଅନ୍ୟପଟେ ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ  ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜବରଦଖଲ ଉଚ୍ଛେଦ ପାଇଁ ଏଏସଆଇ ଓ ଅନ୍ୟ ଏଜେନ୍ସି ଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟ‌ମରେ ଦାଖଲ ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ମାମଲାର ଶୁଣାଣି ଆସନ୍ତା ୯ ତାରିଖରେ ରହିଛି।

    ଖଣ୍ଡଗିରିରେ ଜବରଦଖଲ ହୋଇଥିବା ନେଇ ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ବିଚାର ବେଳେ‌ ହାଇକୋର୍ଟ ରାଜ୍ୟ ସରକାର, ଏଏସ୍‌ଆଇ, ପ୍ରଶାସନଙ୍କୁ ନୋଟିସ୍‌ କରିବା ସହ ସତ୍ୟପାଠ ତଲବ କରିଥିଲେ। ଜିଲ୍ଲା ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ଏଠାରେ ଜବରଦଖଲ ଥିବା ସତ୍ୟପାଠରେ ଦର୍ଶାଯାଇଥିଲା। ତେବେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଏଏସ୍‌ଆଇ ଦର୍ଶାଇଥିଲା। ଜବରଦଖଲକାରୀଙ୍କୁ ସାନି ନୋଟିସ ଦିଆଯାଇଥିଲା। ନୋଟିସର ୧୫ ଦିନିଆ ଅବଧି ପୂର୍ଣ୍ଣ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି କୁହାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ