Saturday, April 11, 2026
27.5 C
Odisha

    ହୀରା ଭଳି ଚମକୁଛି ଗାଡି, ପଇସାଓ୍ବାଲା କାରକୁ ନେଇ ଚାରିଆଡେ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଗୋଟିଏ ଟଙ୍କାର ମୁଦ୍ରାରେ ସଜାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଭିଡିଓକୁ ଏପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ 6 ମିଲିୟନରୁ ଅଧକ ଲୋକ ଦେଖି ସାରିଛନ୍ତି ।ଏହି ଭିଡିଓଟି କଣ୍ଟେଣ୍ଟ କ୍ରିଏଟର @experiment_king ଇନଷ୍ଟାଗ୍ରାମ ଆକାଉଣ୍ଟରେ ପେଇସା ଓ୍ବାଲା ଗାଡି କ୍ୟାପସନ ସହିତ ପୋଷ୍ଟ କରାଯାଇଛି । ତଥାପି, ଗାଡିର ମାଲିକଙ୍କ ସମ୍ପର୍କରେ କୌଣସି ସୂଚନା ଅନଲାଇନରେ ସେୟାର କରାଯାଇ ନାହିଁ ।ଭିଡିଓରେ ଦେଖାଯାଇଛି ଯେ, ମୁଦ୍ରାରେ ଆଚ୍ଛାଦିତ କାରଟି ସୂର୍ଯ୍ୟ କିରଣରେ କିପରି ଝଲସୁଛି, ଯାହାକୁ ଦେଖି ଦେଖଣାହାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।ଏହି ଭିଡିଓ ଉପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, “ଚିଲର କାର।” ଅଧିକାଂଶ ବ୍ୟବହାରକାରୀ ଚେତାବନୀ ଦେଇଥିଲେ: “ପିଲାମାନଙ୍କ ପହଞ୍ଚିବା ଦୂରରେ ରଖନ୍ତୁ।”

    ଅନ୍ୟପକ୍ଷରେ, କିଛି ବ୍ୟବହାରକାରୀ ମାଲିକଙ୍କୁ ସେମାନଙ୍କ ଗାଁକୁ ଗାଡ଼ି ଆଣିବାକୁ ଅନୁରୋଧ କରିଥିଲେ । ତଥାପି, କିଛି ବ୍ୟବହାରକାରୀ ଗୋଟିଏ ଟଙ୍କାର କଏନ୍ ସହିତ କାରକୁ ସଜାଇବା ପଛର କାରଣ ବୁଝିପାରିଲେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ