Saturday, February 28, 2026
19 C
Odisha

    ହୃଦରୋଗରୁ ରକ୍ତଚାପ,ଜାଣନ୍ତୁ ଶରୀର ପାଇଁ କେତେ ଲାଭଦାୟକ କଞ୍ଚା ପିଆଜ ?

    ଆଗକୁ ପଢନ୍ତୁ

    ପିଆଜ ପ୍ରାୟ ସମସ୍ତଙ୍କ ପ୍ରିୟ । ପଖାଳ କଂସା ପାଖେ ପିଆଜ ଥାଏ ପୁଣି ପକୁଡ଼ି ପାଖେ ବି ପିଆଜ ଥାଏ । ମଣିଷ ଭାତ ଖାଉ କି ରୁଟି, ମୁଢି ଖାଉ କି ତେଲଛଣା .. ପାଟିକୁ ସୁଆଦିଆ କରିବାକୁ ଫାଳେ ପିଆଜ ଖୋଜେ, ଆଉ ଖଣ୍ଡେ ପିଆଜ ହେଲେ ଖାନାଟା ପୂରା ଜମିଯାଏ.. ହଁ ଆଜ୍ଞା ଅନେକ ପିଆଜ ପ୍ରେମୀ ହୋଇଥିବା ବେଳେ ଏବେ କିନ୍ତୁ ବିନା ପିଆଜ ରସୁଣ ଏକ ଟ୍ରେଣ୍ଡ ପାଲଟିଲାଣି । ଲୋକେ ଆଉ ପିଆଜ ଖାଇବାକୁ ଏତେ ପସନ୍ଦ କରୁନାହାନ୍ତି । ମାତ୍ର ଆପଣ ଜାଣନ୍ତି କି କଞ୍ଚା ପିଆଜ ଆମ ଦେହ ପାଇଁ କେତେ ଲାଭଦାୟକ । କଞ୍ଚା ପିଆଜ ଆମ ଶରୀର ପାଇଁ ଖୁବ୍‌ ଲାଭଦାୟକ । ପ୍ରତ୍ୟେକ ଦିନ କଞ୍ଚା ପିଆଜ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । କଞ୍ଚା ପିଆଜର ବ୍ୟବହାର ଆୟୁର୍ବେଦ୍ଦରେ ମଧ୍ୟ ଅଧିକ କରାଯାଇଥାଏ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଚର୍ମ ଏବଂ କେଶକୁ ସୁସ୍ଥ ରଖିଥାଏ । କଞ୍ଚା ପିଆଜକୁ ଗରିବଙ୍କ ଔଷଧ ମଧ୍ୟ କୁହାଯାଇଥାଏ । ଯାହା ସହଜରେ ମିଳିଥାଏ, ଶସ୍ତା ଆଉ ସୁସ୍ଥ ମଧ୍ୟ । ଆୟୁର୍ବେଦରେ ପିଆଜକୁ ବାତ ସମ୍ପନ୍ଧୀୟ ରୋଗ ପାଇଁ ଲାଭକାରୀ ମନେକରାଯାଇଥାଏ । ଏହା ଶରୀରରେ ଶକ୍ତି ବଢାଇଥାଏ । ଏହା ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟାକୁ ମଧ୍ୟ ଉନ୍ନତ କରେ । ଏଥିସହିତ ନାକରୁ ରକ୍ତସ୍ରାବ ବନ୍ଦ କରିବାରେ ମଧ୍ୟ ତାଜା ପିଆଜ ରସ ସହାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ପିଆଜ ।

    ପିଆଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଯେପରିକି କ୍ୱେରସେଟିନ୍ ଏବଂ ସଲଫର ଯୌଗିକ, ଶରୀର ପାଇଁ ଲାଭଦାୟକ । ହୃଦରୋଗ ଭଲ କରିଥାଏ କଞ୍ଚା ପିଆଜ । ବ୍ଲଡ ପ୍ରେସର କମ୍‌ କରିଥାଏ। କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ହୃଦୟକୁ ସୁସ୍ଥ କରିଥାଏ । ଲାଲ ପିଆଜରେ ମିଳୁଥିବା ଆନ୍ଥୋସାୟାନିନ୍ ଯୌଗିକଗୁଡ଼ିକ କର୍କଟ ରୋଗ ସହିତ ଲଢ଼ିବାରେ ସହାୟକ ହୋଇଥାଏ । ପିଆଜ ମଧ୍ୟ ମଧୁମେହ ପାଇଁ ଲାଭଦାୟକ କାରଣ ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରିଥାଏ । ଏବଂ ଯକୃତରେ ଚିନି ମେଟାବୋଲିଜିମ୍ ଉନ୍ନତ କରେ । ପେଟ ସ୍ୱାସ୍ଥ୍ୟ ପାଇଁ ପିଆଜକୁ ଏକ ଭଲ ପ୍ରିବାୟୋଟିକ୍ ଉତ୍ସ ଭାବରେ ବିବେଚନା କରାଯାଏ । ଏଥିରେ ମିଳୁଥିବା ଫାଇବର ଭଲ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରେ, ଯାହା ପେଟ ଭଲ ରଖିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    33 %
    1.1kmh
    4 %
    Sat
    34 °
    Sun
    36 °
    Mon
    37 °
    Tue
    37 °
    Wed
    37 °

    ସମ୍ବନ୍ଧିତ