Tuesday, April 7, 2026
24.1 C
Odisha

    ହେଲିକପ୍ଟରରେ ସେକ୍ସ କରୁଥିବା ବେଳେ ଧରାପଡିଲେ ୨ ସୈନିକ

    ଆଗକୁ ପଢନ୍ତୁ

    ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦୁଇଜଣ ସୈନିକ ମିଲିଟ୍ରି ହେଲିକପ୍ଟରରେ ସେକ୍ସ କରୁଥିବା ବେଳେ ଧରାପଡିଛନ୍ତି । ଘଟଣା ସମୟରେ ଉଭୟ ସୈନିକ ମଦ ନିଶାରେ ଥିଲେ । ବ୍ରିଟେନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାମରିକ ତାଲିମ କ୍ଷେତ୍ରରେ ଏକ ସାମରିକ ଆପାଚେ ହେଲିକପ୍ଟରରେ କିଛି ଅସାଧାରଣ ଗତିବିଧି ଦେଖିବାକୁ ମିଳିଥିଲା । ଏହା ପରେ ସେଠାରେ ଥିବା କର୍ମଚାରୀମାନେ ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଯେତେବେଳେ ସେମାନେ ହେଲିକପ୍ଟର ନିକଟକୁ ଯାଇଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

    ସେମାନେ ଜାଣିବାକୁ ପାଇଲେ ଯେ ଦୁଇଜଣ ସୈନିକ ଭିତରେ ଶାରୀରିକ ସମ୍ପର୍କ ରଖୁଛନ୍ତି । ବ୍ରିଟିଶ ସୈ ନିକମାନେ ସେତେବେଳେ ନିଶାରେ ଥିଲେ ବୋଲି ଜଣାଯାଇଛି । ମିରର୍ ରିପୋର୍ଟ ଅନୁଯାୟୀ, ସାମରିକ ହେଲିକପ୍ଟରର ମୂଲ୍ୟ ୮.୫ ନିୟୁତ ୟୁରୋ ଅର୍ଥାତ୍ ପ୍ରାୟ ୭୫ କୋଟି ଟଙ୍କା ଥିଲା ଏବଂ ଏଥିରେ ୩୦ ମିଲିମିଟର ତୋପ ଏବଂ ହେଲଫାୟାର କ୍ଷେପଣାସ୍ତ୍ର ରହିଥିଲା । ଯେତେବେଳେ ଗ୍ରାଉଣ୍ଡ କର୍ମଚାରୀମାନେ ସାମରିକ ହେଲିକପ୍ଟର ସଭିସିଂ କରୁଥିଲେ, ସେହି ସମୟରେ ହଠାତ୍ ରାତିରେ ସେ ରୋଟରରେ କିଛି ଅସାଧାରଣ କାର୍ଯ୍ୟକଳାପ ଦେଖିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ