Monday, March 30, 2026
25.1 C
Odisha

    ୧୦ରୁ ମାଣ୍ଡିଆ ମଣ୍ଡି: କୋରାପୁଟରେ ୧୪ହଜାର ୪୫୮ ପଂଜୀକୃତ

    ଆଗକୁ ପଢନ୍ତୁ

    କୋରାପୁଟ: ଜିଲ୍ଲାରେ ଖରିଫ ଋତୁ ମାଣ୍ଡିଆ ମଣ୍ଡି ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ। ମଣ୍ଡିରେ ଚାଷୀ ପଂଜୀକରଣ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ଜିଲ୍ଲାର ୧୪ଟି ବ୍ଲକରେ ଲମତାପୁଟ ବ୍ଲକରେ ସର୍ବାଧିକ ୨୭୧୯ ଜଣ ଓ ଜୟପୁର ବ୍ଲକରେ ସର୍ବନିମ୍ନ ୩ଜଣ ପଂଜୀକରଣ କରିଛନ୍ତି। ସେହିପରି ଜିଲ୍ଲାରେ ଆଜି ସଂଧ୍ୟା ଯାଏଁ ୧୪ହଜାର ୪୫୮ଜଣ ଚାଷୀ ପଂଜୀକରଣ କରିଥିବା ସୂଚନା ମିଳିଛି।ଚଳିତ ବର୍ଷ ୪୮ ଟି ମଣ୍ଡି ଖୋଲାଯିବ। ୨୧ଗୋଟି ଲ୍ୟାମ୍ପ ଓ ଫାରର୍ମସ ପ୍ରଡ୍ୟୁସର କମ୍ପାନୀ ଜରିଆରେ ଏହା କିଣାଯିବ। ଚଳିତ ବର୍ଷ ୨ ଲକ୍ଷ ୩୮ ହଜାର କ୍ସିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ୩୦ହଜାର ଚାଷୀଙ୍କର ପଂଜୀକରଣର ଲକ୍ଷ୍ୟ ରହିଥିବା ବେଳେ ଏଯାଏ ୧୪ହଜାର ୪୫୮ଜଣ ଚାଷୀ ପଂଜୀକରଣ କରିଛନ୍ତି।  ନନ୍ଦପୁର ୨୧୩୨, କୁନ୍ଦ୍ରା ୬୭୦, କୋଟପାଡ଼ ୭୧, ପଟାଙ୍ଗୀ ୯୩୮, ବେପୖାରୀଗୁଡା ୧୯୯୧, ବୋରିଗୁମ୍ମା ୧୦୯୬, ନାରାୟଣପାଟଣା ୩୨୩, ବନ୍ଧୁଗାଁ ୫୧୪, ଲକ୍ଷ୍ମୀପୁର ୮୩୦, ସେମିଳିଗୁଡା ୮୧୪, ଦଶମନ୍ତପୁର ୧୨୧୭ ଓ କୋରାପୁଟ ୧୧୪୦ ଏଭଳି ୧୪ହଜାର ୪୫୮ଜଣ ମାଣ୍ଡିଆ ବିକ୍ରୀ କରିବାକୁ ପଂଜୀକରଣ କରିଛନ୍ତି।

    ଗତ ବର୍ଷ ୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୮ହଜାର ୯୦୦ ଚାଷୀଙ୍କ ଠାରୁ  ୧ ଲକ୍ଷ ୧୮ ହଜାର କ୍ରିଣ୍ଟାଲ ମାଣ୍ଡିଆ କିଣାଯାଇଥିବା ଟିଡିସିସିଓ ରୁ ସୂଚନା ମିଳିଛି। ୧୦ତାରିଖ ଦିନ ବନ୍ଧୁଗାଁ କିମ୍ବା କୋରାପୁଟରୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଚାଷୀ ମାନେ କୁଇଣ୍ଟାଲ ପିଛା ୪୨୯୦ ଏବଂ ୨୧୦ଟଙ୍କା ପ୍ରତ୍ସାହନ ରାଶି ସରକାର ଦେଉଥିବାରୁ  ବ୍ୟବସାୟୀଙ୍କ ବଦଳରେ ସରକାରୀ ମଣ୍ଡିରେ  ବିକ୍ରୀ କରିବାକୁ ଜୋରଧାର ପ୍ରସ୍ତୁତି କରି ସାରିଲେଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ