Monday, October 12, 2026
28 C
Odisha

    ୧୦୫ ବର୍ଷ ପୁରାତନ ଭଟଲି ଦଧିବାମନ ମନ୍ଦିର

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ ଜିଲ୍ଲା ଭଟଲିଧାମରେ ଜଗନ୍ନାଥ ମହାପ୍ରଭୁ ଦଧିବାମନ ରୂପରେ ବିରାଜିତ। ମହାପ୍ରଭୁ ଦଧିବାମନଙ୍କ ମହିମା ସୁଦୂର ପ୍ରସାରୀ ହୋଇଥିବାବେଳେ ଏଠାକାର ମନ୍ଦିର ୧୦୫ ବର୍ଷ ପୁରାତନ। ଏଠାକୁ ରଥ ଛୁଇଁବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୁଏ। ଶିଶୁମାନେ ରଥ ଛୁଇଁଲେ ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି।ପୁରୀର ଜଗନ୍ନାଥ ମହାପ୍ରଭୁ ଓ ଭଟଲିର ଦଧିବାମନଙ୍କ ପୂଜାବିଧିରେ ଅନେକ ସମାନତା ରହିଛି। ସେଥିପାଇଁ ପୁରୀ ଜଗନ୍ନାଥଙ୍କ ଉପରେ ଯେତିକି ଆସ୍ଥା ରହିଛି, ଦଧିବାମନଙ୍କ ଉପରେ ମଧ୍ୟ ଲୋକଙ୍କ ସେତିକି ବିଶ୍ୱାସ ରହିଥିବା ପୂଜକ ଗୌରଚନ୍ଦ୍ର ରଥ କହିଛନ୍ତି। ଏହାର ଆଉ ଏକ ବିଶେଷତା ହେଉଛି ଯେ ଏଠାରେ ପ୍ରଭୁଙ୍କ ନବକଳେବର ହୋଇନଥାଏ। ସେହିପରି ପ୍ରଭୁଙ୍କ ବିଗ୍ରହ କେଉଁ ଉପାଦାନରେ ନିର୍ମିତ ତାହା ମଧ୍ୟ ଅଜଣା ହୋଇ ରହିଛି। ଅନ୍ୟ ଏକ ଭିନ୍ନତା ହେଲା ଶ୍ରୀମନ୍ଦିରରେ ଅନ୍ନଭୋଗ ଲାଗୁଥିବାବେଳେ ଦଧିବାମନଙ୍କ ଠାରେ ବାଲ୍ୟଭୋଗ ଲାଗି ହୁଏ। କିଂବଦନ୍ତି ଅନୁସାରେ, ସପ୍ତଦଶ ଶତାଦ୍ଦୀରେ ସମ୍ବଲପୁର ରାଜା ଅଭୟ ସିଂହଙ୍କ ଶାସନ କାଳରେ ଭଟଲି ଅଞ୍ଚଳରେ ବିଭୁଭକ୍ତ ପରମାନନ୍ଦ ସାହୁ ତାଙ୍କ ବାସଭବନରେ ଦାରୁବ୍ରହ୍ମ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ