Monday, October 12, 2026
28 C
Odisha

    ଘର ଉପରକୁ ମାଡ଼ିଗଲା ଟ୍ରକ୍, ଚାଲିଗଲା ବୃଦ୍ଧାଙ୍କ ଜୀବନ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ରାଞ୍ଚି – ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକଟି ରାସ୍ତାକଡ଼କୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା। ଭୋର ୪.୩୦ ସମୟରେ ଏହି ଦୁର୍ଘଟଣା ଘଟି ଘର କାନ୍ଥ କମଳା ପାତ୍ର (୫୯)ଙ୍କ ଉପରେ ପଡ଼ିଥିବା ବେଳେ ଅନ୍ୟ ୬ ଜଣ ସଦସ୍ୟ ଅଲ୍ପକେ ବର୍ତ୍ତିଯାଇଥିଲେ। ଗୁରୁତର କମଳାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସୁଛନ୍ଦ୍ର ମହାଳିକ ଓ ତହସିଲଦାର ବିଶ୍ଵନାଥ ବିଶ୍ଵାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଥିବାରୁ ଦୁଇ ପଟେ ଯାନବାହାନର ଲମ୍ବା ଲାଇନ ଲାଗିଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଏଣେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ