Tuesday, September 2, 2025
26 C
Odisha

    ୧୨ କୋଟିରେ ଦୁଇଟି ଆପାର୍ଟମେଣ୍ଟ ବିକିବା ପରେ ଲଗଜରୀ କାର୍ କିଣିଲେ ଅଭିନେତ୍ରୀ ହେମା ମାଳିନୀ

    ଆଗକୁ ପଢନ୍ତୁ

    ମୁମ୍ବାଇ   :   ଅଭିନେତ୍ରୀ ହେମାମାଳିନୀ ପ୍ରାୟତଃ ବିଭିନ୍ନ ଖବରକୁ ନେଇ ଚର୍ଚ୍ଚାରେ ଆସିଥାନ୍ତି । ବର୍ତ୍ତମାନ ନିକଟରେ ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି ହେବାର ଖବର ଆସିଥିଲା । ଏବେ ଏପରି ଏକ ଖବର ଆସିଛି ଯେ ଅଭିନେତ୍ରୀ ୭୫ ଲକ୍ଷ ଟଙ୍କାର ଏକ ବଡ଼ ଲଗଜରୀ କାର କିଣିଛନ୍ତି । ଏଥିସହ ତାଙ୍କର କାର ପୂଜା କରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ଗାଡ଼ିକୁ ବେଲୁନ୍ ଏବଂ ଫଟୋରେ ସଜାଯାଇଥିଲା । ଏହି ସମୟରେ ହେମାଙ୍କୁ ଗୋଲାପୀ ରଙ୍ଗର ସୁଟ୍ ପିନ୍ଧି ଦେଖିବାକୁ ମିଳିଥିଲା । ହେମାଙ୍କୁ ମଧ୍ୟ ଗାଡ଼ି ଚଲାଉଥିବାର ଦେଖାଯାଇଥିଲା। ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଭିନେତ୍ରୀ ହେମା MG M9 କିଣିଛନ୍ତି ।

    ଗାଡ଼ି କିଣିବା ପୂର୍ବରୁ, ହେମା ତାଙ୍କ ଘର ବିକ୍ରି କରିବା ବିଷୟରେ ରିପୋର୍ଟ ଆସିଥିଲା । ରିପୋର୍ଟ ଥିଲା ଯେ ସେ ମୁମ୍ବାଇର ଓଶିୱାରାରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି । ସେ ଏହି ଆପାର୍ଟମେଣ୍ଟଗୁଡ଼ିକୁ ୧୨.୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଏହି କାରବାର ୨୯ ଅଗଷ୍ଟରେ ହୋଇଥିଲା । ଡକ୍ୟୁମେଣ୍ଟ ଅନୁଯାୟୀ, ହେମା ଏହି ଆପାର୍ଟମେଣ୍ଟଗୁଡ଼ିକୁ ଫାତେମା ସୈଦି ଏବଂ ମାନସୀ ବିପୁଲ କାଜିଙ୍କୁ ବିକ୍ରି କରିଛନ୍ତି ।ହେଲେ, ହେମା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ନିକଟରେ ହେମା ଗଣେଶ ଚତୁର୍ଥୀ ପାଳନ କରିଥିଲେ । ଝିଅ ଏଶା ଦେଓଲଙ୍କ ସହ ତାଙ୍କର ଫଟୋ ସାମ୍ନାକୁ ଆସିଥିଲା । ଏଥିରେ ସେ ଏକ ପାରମ୍ପରିକ ଅବତାରରେ ନଜର ଆସିଥିଲେ ।

    ଏଥିସ ଆପଣମାନେ ଜାଣିରଖନ୍ତୁ ଯେ, ହେମା ମାଳିନୀ ଫିଲ୍ମ ଜଗତରୁ ଦୂରତା ବଜାୟ ରଖିଛନ୍ତି । ସେ ଶେଷ ଥର ପାଇଁ ୨୦୨୦ମସିହାରେ ଏକ ଫିଲ୍ମରେ ନଜର ଆସିଥିଲେ । ଫିଲ୍ମର ନାମ ଥିଲା ସିମଲା ମିର୍ଚ । ଏହି ଫିଲ୍ମରେ ସେ ରୁକ୍ମଣୀ ଭୂମିକାରେ ଅଭିନୟ କରିଥିଲେ । ରାଜକୁମାର ରାଓ, ରାକୁଲ ପ୍ରୀତ ସିଂହ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । ସିମଲା ମିର୍ଚ ପୂର୍ବରୁ ସେ ଏକ ଥି ରାନୀ ଐସି ଭିରେ ନଜର ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    87 %
    1.9kmh
    100 %
    Tue
    26 °
    Wed
    29 °
    Thu
    30 °
    Fri
    29 °
    Sat
    28 °

    ସମ୍ବନ୍ଧିତ