Tuesday, March 31, 2026
26.8 C
Odisha

    ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ ବିଶ୍ବନାଥ ରଥ

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତା ୧୪ ଖୋଲିବ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ଆଜି ବସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଯାଞ୍ଚ କମିଟି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମାଗିଛି। ସରକାରଙ୍କ ଠାରୁ ଅନୁମତି ପାଇଲେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ। ଚାବି ଥାଉ କି ନ ଥାଉ ରତ୍ନଭଣ୍ଡାର ଖୋଲିବ ନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକରେ ନିଷ୍ପତି ହୋଇଛି।ରତ୍ନଭଣ୍ଡାର ଖୋଲିବ ପରେ ଏହାର ରକ୍ଷଣାବେକ୍ଷଣ ଓ ଗଣତି ନେଇ ପଦକ୍ଷେପ ନିଆଯିବ। ଏ ନେଇ ପରିଚାଳନା କମିଟି ନିଷ୍ପତି ନେବେ। ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି ।ଯେଉଁଠି କି ପ୍ରଥମେ ରତ୍ନ ସେଠାକୁ ସ୍ଥାନାନ୍ତରିତ କରାଯିବ।ପରେ ସୂର୍ଣ୍ଣକାରୀଙ୍କ ଦ୍ଵାରା ରତ୍ନର ମୂଲ୍ୟାୟନ କରାଯିବ। ଏଥି ସହିତ ରତ୍ନଭଣ୍ଡାର ଖୋଲିବା ସମୟରେ ଏସଓପି କଣ ରହିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ