Saturday, April 4, 2026
36.1 C
Odisha

    ୧୫ରୁ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌

    ଆଗକୁ ପଢନ୍ତୁ

    କଟକ : କିଟ୍‌ ବିଶ୍ବବିଦ୍ୟାଳୟ ଭୁବନେଶ୍ବରରେ ଚଳିତ ମାର୍ଚ୍ଚ ୧୫ରୁ ୨୦ ପର୍ଯ୍ୟନ୍ତ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଓଡ଼ିଶା ଭଲିବଲ ଆସୋସିଏସନ, ଭାରତୀୟ ଭଲିବଲ ସଂଘ ଓ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ୨୬ତମ ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତା ୬ଟି ଇନ୍‌ଡୋର କୋର୍ଟରେ ଖେଳାଯିବ। ଯାହା ପୂର୍ବରୁ କେବେହେଲେ ଜାତୀୟ ପ୍ରତିଯୋଗିତାରେ ଦେଖିବାକୁ ମିଳିନଥିଲା।ଏଫ୍‌ଆଇଭିବି ଭଲିବଲ ବିଚ୍‌ ପ୍ରୋ ଟୁର୍‌ ଚ୍ୟାଲେଞ୍ଜ-୨୦୨୬ର ସଫଳ ଆୟୋଜନ ପରେ କିଟ୍‌ରେ ଆଉ ଏକ ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିରେ ୩୦ଟି ରାଜ୍ୟ ଓ ୨ଟି ପ୍ରତିଷ୍ଠାନର ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ଦୁଇଟି ପ୍ରତିଷ୍ଠାନ ଦଳ ହେଲେ ଭାରତୀୟ କ୍ରୀଡ଼ା ପ୍ରଧିକରଣ (ସାଇ) ଓ ସର୍ଭିସେସ।

    ୧୨୦୦ ଖେଳାଳି ଓ ଅଫିସିଆଲ ଭାଗ ନେବେ। ପୂର୍ବରୁ କିଟ୍‌ରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ବର୍ଷ ୬୮,୬୯ ଓ ୭୦ତମ ଜାତୀୟ ସିନିୟର ଭଲିବଲ ଚମ୍ପିଆନସିପ୍‌ ଓ ୩୪ତମ ଫେଡେରେସନ କପ ଭଲିବଲ ସଫଳତାର ସହିତ ଆୟୋଜିତ ହୋଇଛି। ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌କୁ ସଫଳ ଆୟୋଜନ ନେଇ ଆମେ ପ୍ରସ୍ତୁତ ବୋଲି କିଟ୍‌ ଓ କିସର ପ୍ରତିଷ୍ଠାତା ତଥା ଓଡ଼ିଶା ଭଲିବଲ ସଂଘ ସଭାପତି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଜାତୀୟ ୟୁଥ୍‌ ଭଲିବଲ ଚମ୍ପିଆନସିପ୍‌ ପ୍ରଥମ ଥର ପାଇଁ ୬ଟି ଇନଡୋର କୋର୍ଟା ଖେଳାଯିବ।ଏଥିପାଇଁ ଓଡ଼ିଶା ଭଲିବଲ ଆସୋସିଏସନ ଓ କିଟ୍‌ ପ୍ରସ୍ତୁତ ବୋଲି ସମ୍ପାଦକ ଡ. ଗଗନେନ୍ଦୁ ଦାଶ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ