Wednesday, July 22, 2026
23.5 C
Odisha

    ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ : ୧୦୦ ରନ୍ ରେ ଇଂଲଣ୍ଡକୁ ହରାଇଲା ଭାରତ, ୬ଷ୍ଠ ଥର ହେଲା ଚାମ୍ପିଅନ

    ଆଗକୁ ପଢନ୍ତୁ

    ୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ ଜିତିଲା ଭାରତ । ଇଂଲଣ୍ଡକୁ ହରାଇ ଚାମ୍ପିଅନ ହୋଇଛି ଭାରତ । ୧୦୦ ରନ୍ ରେ ଫାଇନାଲ ଜିତିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍ ଟାର୍ଗେଟ ରଖିଥିଲା ଭାରତ । ୪୧୨ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍ ହରାଇ ୪୧୧ ରନ୍ ସଂଗ୍ରହ କରିଥିଲା। ତେବେ ଆଜିର ଫାଇନାଲ ଜିତି ୬ଷ୍ଠ ଥର ପାଇଁ U-19 ବିଶ୍ବକପ୍ ଜିତିଛି ଭାରତ । ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଖେଳିଥିଲେ ବିସ୍ଫୋରକ ଇନିଂସ । ମାତ୍ର ୮୦ ବଲରେ ୧୭୫ ରନ୍ କରି ରେକର୍ଡ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । ଇଂଲଣ୍ଡ ବୋଲରଙ୍କୁ ପ୍ରବଳ ପ୍ରହାର କରିଥିଲେ ଟିମ୍ ଇଣ୍ଡିଆର ଯୁବ ଖେଳାଳି। ବୈଭବଙ୍କ ସାଥ୍ ଦେଇଥିଲେ କ୍ୟାପଟେନ ଆୟୁସ ମହାତ୍ରେ । ୫୧ ବଲରେ ୫୩ ରନ କରି ଆଉଟ୍ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ