Tuesday, March 24, 2026
24.7 C
Odisha

    ୧୯ ରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

    ଆଗକୁ ପଢନ୍ତୁ

    ଆସନ୍ତା ୧୯ ଏପ୍ରିଲରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ୬୦ ସଦସ୍ଯ ବିଶିଷ୍ଟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ଆସନ୍ତା ୨ ଜୁନରେ ଅଛି ଗଣତି। ଆସନ୍ତା ୨ ଜୁନରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବା ଦୃଷ୍ଟିରୁ ଏହା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ ହେବ। ୬୦ ଆସନ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ବିଜେପି ୧୦ ଆସନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ଯରେ ମୁଖ୍ଯମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି। କେତେକ ପ୍ରଥମ ଥର ଲାଗି ନିର୍ବାଚିତ ବିଧାୟକ ବି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୫୦ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବାବେଳେ ୧୯ ଆସନରେ ପ୍ରତିର୍ଦ୍ବନ୍ଦିତା କରୁଛି କଂଗ୍ରେସ। ଏନପିପି ୨୦ ଆସନରେ ପ୍ରାର୍ଥୀ ଦେଇଛି। ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେବେ ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର।

    ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୧୪ରୁ ସାଂସଦ ଅଛନ୍ତି କିରନ ରିଜିଜୁ। ସେହିପରି ବିଜେପିର ଅନ୍ୟତମ ଆଉ ଜଣେ ନେତା ହେଉଛନ୍ତି ତାପିର ଗାଓ। ସେ ବିଜେପିରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ତାପିର ଗାଓ ଅରୁଣାଚଳ ପୂର୍ବ ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦି ଲୋୱାଙ୍ଗଚା ୱାଙ୍ଗଲାଟକୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ।୨୦୧୯ରେ ସେ ଅରୁଣାଚଳ ପୂର୍ବ ଆସନରୁ ବିଜୟୀ ହୋଇଥିଲେ। ଅରୁଣାଚଳରେ କଂଗ୍ରେସର ଜଣେ ଅନ୍ୟତମ ନେତା ହେଉଛନ୍ତି ନବାମ ଟୁକି। ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ରହି ସାରିଛନ୍ତି। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ନବାମ ଟୁକି ଥିଲେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ