Wednesday, April 8, 2026
22.9 C
Odisha

    ୨ବାଇକ୍ ଆରୋହୀଙ୍କ ଜୀବନ ନେଲା ଦ୍ରୁତଗାମୀ ମର୍ସିଡିଜ୍ କାର୍

    ଆଗକୁ ପଢନ୍ତୁ

    ସୋନିପତ: ହରିୟାଣାର ସୋନିପତରେ ଦ୍ରୁତଗତିର ତାଣ୍ଡବ ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୪୪ର ଆନ୍ତର୍ଜାତୀୟ ମଣ୍ଡି ନିକଟରେ, ଏକ ଦ୍ରୁତଗାମୀ ମର୍ସିଡିଜ୍ କାର ପାଇଁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଉଭୟ ଯୁବକଙ୍କର ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେଉଛି। ମୃତକମାନେ ହେ‌ଲେ ବଳରାମ ପାଞ୍ଚି ଓ ଜିତେନ୍ଦ୍ର।ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୧ ବର୍ଷୀୟ ବଳରାମ ପାଞ୍ଚି ଜାଟାନ ଗାଁର ବାସିନ୍ଦା ଥିଲେ ଓ ୩୫ ବର୍ଷୀୟ ଜିତେନ୍ଦ୍ର, ଭାନୱାର ଗାଁର ବାସିନ୍ଦା ଥିଲେ। ବଳରାମ ଏକ ବଡ଼ ଶିଳ୍ପାଞ୍ଚଳରେ ରାତ୍ରି ପାଟ୍ରୋଲିଂ କମ୍ପାନିରେ କାମ କରୁଥିଲେ ଏବଂ ଅବିବାହିତ ଥିଲେ।ଏହା ସହ ଜିତେନ୍ଦ୍ର ଏକ ଚା’ ଦୋକାନ ଚଳାଉଥିଲେ ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି।

    ରବିବାର ବିଳମ୍ବିତ ରାତିରେ, ବଳରାମ ଏବଂ ଜିତେନ୍ଦ୍ର ସେମାନଙ୍କ ବାଇକ୍ ଯୋଗେ ଗନୌରରୁ ମୁର୍ଥଲ ଯାଉଥିଲେ।ଯେତେବେଳେ ସେମାନେ ଆନ୍ତର୍ଜାତୀୟ ମଣ୍ଡି ନିକଟରେ ପହଞ୍ଚିଲେ, ଦ୍ରୁତ ଗତିରେ ଆସୁଥିବା ମର୍ସିଡିଜ୍ କାର ସାମ୍ନା କାରକୁ ଧକ୍କା ଦେଲା। ଏହା ପରେ ସାମ୍ନା କାରଟି ଭାରସାମ୍ୟ ହରାଇ ବଳରାମ ଏବଂ ଜିତେନ୍ଦ୍ରଙ୍କ ବାଇକକୁ ଧକ୍କା ଦେଇଥିଲା। ଏହା ଫଳରେ ଉଭୟ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥି‌ଲେ ବି ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ