Wednesday, October 15, 2025
23.4 C
Odisha

    ୨୦ରେ ପାଳନ ହେବ ଦୀପାବଳି ଓ ପୟାଶ୍ରାଦ୍ଧ

    ଆଗକୁ ପଢନ୍ତୁ

    ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ ।  ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ ।  ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣ କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ।  ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦ ଓ ୨୧ ତାରିଖକୁ ନେଇ ଲାଗି ରହିଥିଲା ଦ୍ବନ୍ଦ୍ବ । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । କାଳୀ ପୂଜା ଏବଂ ଦୀପାବଳୀ ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ରହିଛି । ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    82 %
    0.4kmh
    7 %
    Wed
    24 °
    Thu
    29 °
    Fri
    29 °
    Sat
    28 °
    Sun
    29 °

    ସମ୍ବନ୍ଧିତ