Wednesday, August 5, 2026
26.7 C
Odisha

    ୨୦ରେ ପାଳନ ହେବ ଦୀପାବଳି ଓ ପୟାଶ୍ରାଦ୍ଧ

    ଆଗକୁ ପଢନ୍ତୁ

    ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ ।  ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ ।  ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣ କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ।  ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦ ଓ ୨୧ ତାରିଖକୁ ନେଇ ଲାଗି ରହିଥିଲା ଦ୍ବନ୍ଦ୍ବ । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । କାଳୀ ପୂଜା ଏବଂ ଦୀପାବଳୀ ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ରହିଛି । ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ବିଧି ରହିଛି । କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକନ୍ତି ଶ୍ରଦ୍ଧାଳୁ । ବିଧି ମୁତାବକ ଫଳ, ଫୁଲ, ଚନ୍ଦନ ଆଦି ଦ୍ରବ୍ୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    90 %
    0.9kmh
    100 %
    Wed
    27 °
    Thu
    28 °
    Fri
    25 °
    Sat
    30 °
    Sun
    30 °

    ସମ୍ବନ୍ଧିତ