Tuesday, March 31, 2026
26.8 C
Odisha

    ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

    ଆଗକୁ ପଢନ୍ତୁ

    ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଶ୍ମଶାନରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ମାଆକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଥାଉ କି, ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡା ସାହିର ସୁକୁଟା ସ୍ବାଇଁ ୨୦ ବର୍ଷ ତଳେ ଶଶୀଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ୯ ବର୍ଷ ତଳେ ସାନ ଝିଅ ତୁଳସୀ ଛୋଟ ପିଲାଟିଏ ଥିଲା, ଆଖି ବୁଜିଥିଲେ ଶଶୀ। ତେବେ ୨ ବର୍ଷ ତଳେ ସୁକୁଟା କଳପଙ୍ଗି ଗାଁର ମଣ୍ଡା ସ୍ବାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପରେ ସୁକୁଟା କାମ ଅନ୍ବେଷଣରେ କେରଳ ଚାଲି ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ମଣ୍ଡା ସଉତୁଣୀ ଝିଅ ତୁଳସୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ମଙ୍ଗଳବାର ତୁଳସୀ ପାଠ ପଢିବା ପାଇଁ ଯାଇଥିଲେ। ଘରକୁ ଫେରିଲା ବେଳେ ଔଷଧ ଆଣିବା ପାଇଁ ୧୦୦ ଟଙ୍କା ଦେଇଥିଲେ ସାବତ ମାଆ ମଣ୍ଡା। ତୁଳସୀ ଫେରିବା ସମୟରେ ୮୦ ଟଙ୍କାର ମେଡିସିନ କିଣିଥିବାବେଳେ ବାକି ୨୦ ଟଙ୍କାର ଦହବରା କିଣି ଖାଇ ଦେଇଥିଲେ। ତୁଳସୀ ଘରକୁ ଫେରିବା ପରେ ୧୦୦ ଟଙ୍କାର ହିସାବ ମାଗିଥିଲେ ମଣ୍ଡା। ଔଷଧ ଆଣିବା ପରେ ବଳି ପଡିଥିବା ୨୦ ଟଙ୍କାରେ ଦହିବରା ଖାଇ ଦେଇଛି ବୋଲି ତୁଳସୀ କହିଥିଲେ। ଏଥିରେ ରାଗି ଯାଇଥିଲେ ମଣ୍ଡା।

    ଆଉ ଠେଙ୍ଗାରେ ତୁଳସୀଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗାଁ ଲୋକ ଜାଣିବା ପରେ ଫତେଗଡ ଥାନା ପୋଲିସକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ