Monday, November 24, 2025
15.3 C
Odisha

    ୨୦ ହଜାର ଟଙ୍କା ପାଇଁ ଶିଶୁକନ୍ୟାକୁ ବିକ୍ରି କରିଦେଲା ମାଆ

    ଆଗକୁ ପଢନ୍ତୁ

    ଦାରିଦ୍ର୍ୟତା ପାଇଁ ନିଜ ଛୁଆକୁ ବିକ୍ରି କରିଦେଲେ ବାପା-ମାଆ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି। ଅର୍ଥ ଅଭାବରୁ ବାପା-ମାଆ ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ବର୍ଷର ଏକ ଶିଶୁକନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ-ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ। ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି । ଏଥି ପାଇଁ ସେମାନେ ଛୁଆକୁ ବିକ୍ରି କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.3 ° C
    15.3 °
    15.3 °
    64 %
    1.1kmh
    1 %
    Mon
    27 °
    Tue
    27 °
    Wed
    26 °
    Thu
    25 °
    Fri
    24 °

    ସମ୍ବନ୍ଧିତ