Friday, February 20, 2026
34 C
Odisha

    ୨୦ ହଜାର ଟଙ୍କା ପାଇଁ ଶିଶୁକନ୍ୟାକୁ ବିକ୍ରି କରିଦେଲା ମାଆ

    ଆଗକୁ ପଢନ୍ତୁ

    ଦାରିଦ୍ର୍ୟତା ପାଇଁ ନିଜ ଛୁଆକୁ ବିକ୍ରି କରିଦେଲେ ବାପା-ମାଆ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି। ଅର୍ଥ ଅଭାବରୁ ବାପା-ମାଆ ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ବର୍ଷର ଏକ ଶିଶୁକନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ-ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ। ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି । ଏଥି ପାଇଁ ସେମାନେ ଛୁଆକୁ ବିକ୍ରି କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ