Monday, April 13, 2026
33 C
Odisha

    ୨୯ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର; ପେଷାଦାର ପକ୍ଷୀ ଶିକାରୀ ଗିରଫ

    ଆଗକୁ ପଢନ୍ତୁ

    ଟାଙ୍ଗୀ : ପୁଣି ମାତିଲେ ପକ୍ଷୀ ଶିକାରୀ । ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଶିକାର କଲେ ପକ୍ଷୀ । ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ବିଭାଗ ଅଧୀନସ୍ଥ ବାଲିନାସୀ ଅଞ୍ଚଳରେ ଏକ ବଡ଼ଧରଣର ପକ୍ଷୀ ଶିକାର ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଛି । ତା’ଠାରୁ ସାତ କିସମର ମୃତ ୨୯ଟି ବିଦେଶାଗତ ପକ୍ଷୀ, ଏକ ବାଇକ୍‌, ବାଇନାକୁଲାର, ମୋବାଇଲ ଓ ଜରି ଅଖା ଜବତ କରଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଏହି ରେଞ୍ଜ ଅଧୀନସ୍ଥ ବାଲିନାସୀ ରଘୁରାୟ ଘେରି ନିକଟରୁ ଟାଙ୍ଗୀ ଥାନା ଅଧୀନସ୍ଥ ଉଜଳା ଗୋପୀନାଥପୁରର ଧନେଶ୍ୱର ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ(୨୮)ଙ୍କ ନିକଟରୁ ମୃତ ବିଦେଶାଗତ ପକ୍ଷୀ ଜବତ ହୋଇଛି । ଏକ ଜରି ବ୍ୟାଗରେ ରଖିଥିବା ୬ଟି ନର୍ଦନ ସୋଭଲର୍‌, ୧ଟି ରୁଡି ସେଲଡକ୍‌, ୧ଟି ନର୍ଦନ ପିଣ୍ଟେଲ, ୧ଟି ଗଡ୍‌ୱାଲ, ଗାରଗେନି ୩ଟି, କମନ କୁଟ୍ ୩ଟି, ଗ୍ରେ ହେଡେଡ୍ ସ୍ୱାମଫେନ ୧୪ଟି ମିଶାଇ ସମୁଦାୟ ୨୯ଟି ମୃତ ବିଦେଶାଗତ ପକ୍ଷୀ ଜବତ ହୋଇଛି । କଇଁ ନାଡ଼ରେ ଫୁରାଡନ୍ ବିଷ ଥୋଇ ଶିକାର କରୁଥିଲା ଶିକାରୀ । କଇଁ ନାଡ଼ ଖାଇବା ପରେ ପକ୍ଷୀଗୁଡ଼ିକ ଅଚେତ ହୋଇ ମୃତ୍ୟୁବରଣ କରୁଥିଲେ । ପରେ ବାଇନାକୁଲାରରେ ନଜର ରଖିଥିବା ଶିକାରୀ ମୃତ ପକ୍ଷୀକୁ ସଂଗ୍ରହ କରି ବିକ୍ରି କରୁଥିଲା ବୋଲି ଜଣାପଡ଼ିଛି । ଫୋରେନ୍‌ସିକ୍ ଆନାଲିସିସ ପାଇଁ ମୃତ ପକ୍ଷୀର ନମୁନା ପଠାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଶିକାରୀ ଆଲୋକକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛିି । ଏହି ଚଢ଼ଉରେ ଫରେଷ୍ଟର ମିନାକୁମାରି ନାୟକ, ଫରେଷ୍ଟଗାର୍ଡ ଜାନକୀ ସାହୁ, ନିରଞ୍ଜନ ମହାରଣା, ସୁରକ୍ଷାକର୍ମୀ ବାପି ବେହେରା, ସୁଶାନ୍ତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ