Wednesday, December 17, 2025
26.3 C
Odisha

    ୩ ମହାବଳ ବାଘ ଓଡ଼ିଶା ଆସିବେ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାଘୁଣୀ ଜିନତର ସ୍ବାସ୍ଥ୍ୟାବସ୍ଥା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଜିନତ ଏବେ ଶିମିଳିପାଳ ଏନ୍‌କ୍ଲୋଜରରେ ଅଛି । ଜିନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି। ଖୁବ୍‌ଶୀଘ୍ର ଆଉ ୩ ମହାବଳ ବାଘ ଓଡ଼ିଶା ଆସିବେ। ଏନେଇ ଆଲୋଚନା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ସେମାନଙ୍କୁ ଦେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ୫ ମହାବଳ ବାଘ ଭିତରୁ ଯମୁନା ଓ ଜିନତ ଆସି ସାରିଛନ୍ତି ।

    ଏଦୁଇ ମହାବଳ ବାଘ ପରିବେଶ ସହିତ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଇଲା ପରେ ପରବର୍ତ୍ତି ସମୟରେ ୩ ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    24 %
    2.5kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ