ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେଣୁ ଡାକ୍ତର ମଧ୍ୟ ଶରୀର ପ୍ରତି ଧ୍ୟାନ ଦେବା ସହ ମୋଟାପଣରୁ ଶରୀରକୁ ରକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଆପଣ ମଧ୍ୟ ଯଦି ମୋଟାପଣ କାରଣରୁ ଚିନ୍ତିତ, କିଛି ଘରୋଇ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମୋଟାପଣ କମ୍ ହେବାରେ ସହାୟକ ହୋଇଥାଏ ।
ରାତି ଖାଦ୍ୟ- କିଛି ଲୋକେ ରାତିରେ ଅଧିକ ଖାଦ୍ୟ ସେବନ କରିଥାନ୍ତି । ମାତ୍ର ରାତ୍ରୀ ଭୋଜନ ହାଲୁକା ଓ ଅଳ୍ପ ପରିମାଣରେ ରହିବା ଉଚିତ୍ । ଦିନ ସମୟରେ ପାଚନ ଶକ୍ତି ଉତ୍ତମ ରହିଥାଏ । ତେଣୁ ରାତି ସମୟରେ ଭୋଜନ ମାତ୍ରା କମ୍ ରଖିବା ସହ ୭ ଟାରୁ ୮ଟା ମଧ୍ୟରେ ଭୋଜନ କରିବା ଉଚିିତ୍ ।
ମେଥି- ଓଜନ ହ୍ରାସ ପାଇଁ ମେଥି ମଞ୍ଜି ଅଧିକ ଉପକାରୀ । ସକାଳେ ପ୍ରତିଦିନ ଖାଲି ପେଟରେ ମେଥି ମଞ୍ଜିର ପାଣି ପିଇବା ଦ୍ୱାରା ଉତ୍ତମ ଫଳ ମିଳିଥାଏ । ରାତିରେ ପାଣିରେ ମେଥି ମଞ୍ଜିକୁ ବତୁରାଇ ସକାଳେ ଏହାର ପାଣି ପିଅନ୍ତୁ । କିଛି ଦିନରେ ନିଜେ ଅନୁଭବ କରିବେ ଏହାର କେତେ ଉପକାରୀ ।
ଖାଦ୍ୟକୁ ଚୋବାଇବା – ସର୍ବଦା ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବାକୁ ପରାମର୍ଶ ଦିଆଯାଏ । ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।
ଉଷୁମ ପାଣି- ନିୟମିତ ଉଷୁମ ପାଣି ପିଅନ୍ତୁ । ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ ।