Monday, February 2, 2026
16.4 C
Odisha

    ୪ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌରୁ ଯାତ୍ରାରମ୍ଭ କରୁଥିବା ବନ୍ଦେ ଭାରତ ଟ୍ରେନ ୭ ଘଣ୍ଟା ୪୫ ମିନିଟ ମଧ୍ୟରେ ସାହାରନପୁରରେ ପହଞ୍ଚିବ। ଏହାଦ୍ବାରା ଯାତ୍ରା ସମୟ ୧ ଘଣ୍ଟା ହ୍ରାସ ପାଇବ। ଏହି ଟ୍ରେନ ଯୋଗୁଁ ସୀତାପୁର, ଶାହାଜାହାନପୁର, ବରେଲୀ, ମୋରାଦାବାଦ, ବିଜ୍‌ନୋର ଓ ସାହାରନପୁର ଯାଉଥିବା ଯାତ୍ରୀ ଉପକୃତ ହେବେ। ହରିଦ୍ବାର ଯିବାକୁ ଇଚ୍ଛୁକ ଯାତ୍ରୀ ଏହି ଟ୍ରେନ ଯୋଗେ ସୁବିଧା ମଧ୍ୟ ପାଇବେ ବୋଲି କୁହାଯାଇଛି। ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ୬ ଘଣ୍ଟା ୪୦ ମିନିଟ ମଧ୍ୟରେ ଯାତ୍ରା ଶେଷ କରିବ।

    ଏହି ଟ୍ରେନ ଚଳାଚଳ କରିବା ଦ୍ବାରା ପଞ୍ଜାବର ଫିରୋଜପୁର, ଭଟିଣ୍ଡା ଓ ପଟିଆଲା ସହରଗୁଡିକ ରାଜଧାନୀ ଦିଲ୍ଲୀ ସହ ସିଧାସଳଖ ସଂଯୋଗ ହୋଇପାରିବ। ଏହାଦ୍ବାରା ବ୍ୟବସାୟ, ପର୍ଯ୍ୟଟକ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ ଜାତୀୟ ଓ ଆଞ୍ଚଳିକ ମାର୍କେଟ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ପାରିବ। ଅପରପକ୍ଷରେ ଦକ୍ଷିଣ ଭାରତ ପାଇଁ ଉଦ୍ଦିଷ୍ଟ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ବନ୍ଦେ ଭାରତ ଟ୍ରେନ ୮ ଘଣ୍ଟା ୪୦ ମିନିଟ ମଧ୍ୟରେ ଯାତ୍ରା ଶେ​‌ଷ କରୁଥିବାବେଳେ ଯାତ୍ରୀଙ୍କୁ ୨ ଘଣ୍ଟାର ମହଲତ ମିଳିବ। ଏହି ଟ୍ରେନ ଯୋଗୁଁ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ପ୍ରମୁଖ ଆଇଟି ହବ୍‌ଗୁଡିକ ଲାଭବାନ ହେବେ। ଏହା ବ୍ୟତୀତ ଏହି ତିନି ରାଜ୍ୟରେ କାର୍ଯ୍ୟରତ ଆଇଟି କର୍ମଚାରୀ, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ଉପକୃତ ହେବେ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.4 ° C
    16.4 °
    16.4 °
    94 %
    1.7kmh
    100 %
    Mon
    31 °
    Tue
    31 °
    Wed
    32 °
    Thu
    33 °
    Fri
    32 °

    ସମ୍ବନ୍ଧିତ